21.1 C
Bhubaneswar
Friday, December 27, 2024
Homeଓଡିଶାପ୍ରକାଶ ପାଇଲା ଏନ୍‍ଟିଏ ପରୀକ୍ଷା ସୂଚୀ; ଜାନୁଆରୀ ୨୪ରୁ ଫେବୃଆରୀ ୧ ମଧ୍ୟରେ ଜେଇଇ ମେନ୍

ପ୍ରକାଶ ପାଇଲା ଏନ୍‍ଟିଏ ପରୀକ୍ଷା ସୂଚୀ; ଜାନୁଆରୀ ୨୪ରୁ ଫେବୃଆରୀ ୧ ମଧ୍ୟରେ ଜେଇଇ ମେନ୍

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା-ଏନ୍‍ଟିଏ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ପ୍ରକାଶିତ ସୂଚୀ ଅନୁସାରେ ୨୦୨୪ ପ୍ରଥମ ସେସନର ଜେଇଇ ମୁଖ୍ୟ ପରୀକ୍ଷା ଜାନୁୟାରୀ ୨୪ ତାରିଖରୁ ଫେବୃୟାରୀ ୧ ତାରିଖ ମଧ୍ୟରେ ଏବଂ  ଦ୍ୱିତୀୟ ସେସନର ସିବିଟି ପରୀକ୍ଷା ଏପ୍ରିଲ୍‍ ୧ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

ସେହିପରି ୨୦୨୪ର ନିଟ୍‍ ୟୁଜି ପରୀକ୍ଷା ମେ’ ୫ ତାରିଖରେ ଅନୁଷ୍ଠିତ ହେବ । ୨୦୨୪ର ଅଣ୍ଡର ଗ୍ରାଜୁଏଟ୍‍ କମନ୍‍ ୟୁନିଭରସିଟି ଏଣ୍ଟ୍ରାନସ୍‍ ଟେଷ୍ଟ ମେ’ ୧୫ ତାରିଖରୁ ୩୧ ତାରିଖ ଏବଂ ପୋଷ୍ଟ ଗ୍ରାଜୁଏଟ୍‍ ସିୟୁଇଟି ଟେଷ୍ଟ ମାର୍ଚ୍ଚ ୧୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ୨୦୨୪ର ପ୍ରଥମ ସେସନ ୟୁଜିସି ନେଟ୍‍ ପରୀକ୍ଷା ଜୁନ୍‍ ୧୦ରୁ ୨୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଏନ୍‍ଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking