29.1 C
Bhubaneswar
Friday, April 11, 2025
Homeଦେଶ ବିଦେଶଏଣିକି ଡ୍ରାଇଭିଂ ଟେଷ୍ଟ ବିନା ମିଳିବ ଲାଇସେନ୍ସ , ଜାଣନ୍ତୁ କେମିତି ଓ କେଉଁଠି ପାଇପାରିବେ...

ଏଣିକି ଡ୍ରାଇଭିଂ ଟେଷ୍ଟ ବିନା ମିଳିବ ଲାଇସେନ୍ସ , ଜାଣନ୍ତୁ କେମିତି ଓ କେଉଁଠି ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ ..

ନୂଆଦିଲ୍ଲୀ: ଡ୍ରାଇଭରମାନଙ୍କୁ କେନ୍ଦ୍ର ସରକାର ଏକ ଖୁସି ଖବର ଦେଇଛନ୍ତି। ବର୍ତ୍ତମାନଠାରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ସହଜ ହେବା ପାଇଁ ନିୟମରେ ସଂଶୋଧନ କରାଯାଇଛି। ଡ୍ରାଇଭରମାନଙ୍କୁ ଆଉ ବାରମ୍ବାର ଆରଟିଓ ଅଫିସ ଯିବାକୁ ପଡିବନି। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ତୁରନ୍ତ କାର‌୍ୟ୍ୟକାରୀ ହେବ ବୋଲି ଜାଣିବାକୁ ମିଳିଛି।
ଭାରତରେ ମୋଟର ଚାଳକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ ଅଟେ। କିନ୍ତୁ ଏହି ଲାଇସେନ୍ସ ପାଇବା ପାଇଁ ସାଧାରଣ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଆଞ୍ଚଳିକ ପରିବହନ କାର‌୍ୟ୍ୟାଳୟ (ଜଞଙ)ର ଚକର କାଟିବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଡ୍ରାଇଭିଂ ପରୀକ୍ଷା ବିନା ଲାଇସେନ୍ସ ମଧ୍ୟ ପାଇପାରିବର। ଡ୍ରାଇଭିଂ ସ୍କୁଲକୁ ଲାଇସେନ୍ସ ପ୍ରଦାନ କରିବାର ଅଧିକାର କେନ୍ଦ୍ର ସରକାର ହସ୍ତାନ୍ତର କରିଛନ୍ତି। ଯେଉଁମାନେ ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ବିଦ୍ୟାଳୟରେ ପଢ଼ନ୍ତି ଓ ତାଲିମ ଗ୍ରହଣ କରନ୍ତି ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଯୋଗ୍ୟ ଅଟନ୍ତି। ଡ୍ରାଇଭିଂ ସ୍କୁଲ ଦ୍ୱାରା ଦିଆଯାଇଥିବା ଏହି ସାର୍ଟିଫିକେଟ୍ ଆଧାରରେ ଲାଇସେନ୍ସ ପ୍ରଦାନ କରାଯାଇଛି।

ଆରଟିଓ କାର‌୍ୟ୍ୟାଳୟରେ ଅନେକ ଆପ୍ଲିକେସନ ଦୀର୍ଘ ସମୟ ପାଇଁ ପଡି ରହିଛି। ଜନସଂଖ୍ୟା ଅନୁକୂଳ କାର‌୍ୟ୍ୟାଳୟଗୁଡ଼ିକର ଉପଲବ୍ଧତା ଏବଂ କାର‌୍ୟ୍ୟଭାରରେ ବୃଦ୍ଧି ହେତୁ ଲାଇସେନ୍ସ ପ୍ରଦାନ କାର‌୍ୟ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ ହୋଇ ପାରେ ନାହିଁ। ଏହି କ୍ରମରେ କେନ୍ଦ୍ର ସରକାର ଡ୍ରାଇଭିଂ ସ୍କୁଲଗୁଡ଼ିକୁ ଲାଇସେନ୍ସ ଦେବାର ଅଧିକାର ଦେଇଛନ୍ତି।

ଡ୍ରାଇଭିଂ ସ୍କୁଲଗୁଡ଼ିକୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାକୁ ସରକାର ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରିଛନ୍ତି। ତେବେ ଡ୍ରାଇଭିଂ ସେଣ୍ଟର ପାଇଁ କେନ୍ଦ୍ର କିଛି ସର୍ତ୍ତ ରଖିଛି। ଏହା ଏକ ଡ୍ରାଇଭିଂ ସ୍କୁଲ ଚଳାଇବା ପାଇଁ ଯୋଗ୍ୟତା ଓ ବିଶେଷ ଆବଶ୍ୟକତା ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରିଛି। ଦୁଇଟି ଚକିଆ ଯାନଠାରୁ ଭାରୀ ଯାନ ପର‌୍ୟ୍ୟନ୍ତ ବିଭିନ୍ନ ପ୍ରକାରର ନିୟମ ଅନ୍ତର୍ଭୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking