26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଘର ଖାଲି କରିବାକୁ ଅମର୍ତ୍ତ୍ୟ ସେନ୍‌ଙ୍କୁ ନୋଟିସ

ଘର ଖାଲି କରିବାକୁ ଅମର୍ତ୍ତ୍ୟ ସେନ୍‌ଙ୍କୁ ନୋଟିସ

କୋଲକାତା: ଅର୍ଥନୀତିରେ ନୋବେଲ ପୁରସ୍କାରପ୍ରାପ୍ତ ଅମର୍ତ୍ତ୍ୟ ସେନ୍‌ଙ୍କୁ ଘର ଖାଲି କରିବାକୁ ପଶ୍ଚିମବଙ୍ଗସ୍ଥିତ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ସୂଚନାଯୋଗ୍ୟ ବୀରଭୂମ ଜିଲ୍ଲା ଅନ୍ତର୍ଗତ ବୋଲପୁରସ୍ଥିତ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅମର୍ତ୍ତ୍ୟ ଏକ କ୍ୱାର୍ଟର ଜବର ଦଖଲ କରି ରଖିଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ନିଜର ମତାମତ ରଖିବାକୁ ମାର୍ଚ୍ଚ ୨୯ରେ ବିଶ୍ୱବିଦ୍ୟାଳୟ ଅଫିସରେ ହାଜର ହେବାକୁ ଅମର୍ତ୍ତ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅମର୍ତ୍ତ୍ୟ କିମ୍ବା ତାଙ୍କ ପ୍ରତିନିଧିଙ୍କ ଅନୁପସ୍ଥିତିରେ ମାମଲାର ଏକତରଫା ଶୁଣାଣି କରାଯିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking