ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହାଇଟେକ ମେଡିକାଲ କଲେଜର ଏମବିବିଏସ ଓ ବିଡିଏସ (ୟୁଜି) ସିଟରେ ନାମଲେଖାଇବା ଲାଗି ଓଜେଇଇ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ୧୨ ତାରିଖ (ବୁଧବାର)ଠାରୁ ଷ୍ଟେଟ ମେରିଟ ପ୍ରସ୍ତୁତ କରିବା ପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ । ନିଟ ୟୁଜି ୨୦୨୧ରେ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ତାଲିକା ଆଧାରରେ ନାମଲେଖା ତାଲିକା ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।
ଛାତ୍ରଛାତ୍ରୀମାନେ ଓଜେଇଇର ୱେବ୍ସାଇଟ ମାଧ୍ୟମରେ ପଞ୍ଜିକରଣ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ଷ୍ଟେଟ ମେରିଟ ଲିଷ୍ଟ ସମ୍ବନ୍ଧୀୟ ସମସ୍ତ ବିବରଣୀ ଛାତ୍ରଛାତ୍ରୀ ପାଇପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟଯେ ନିଟ ୟୁଜି କାଉନସେଲିଂ ନଭେମ୍ବର ୨୯ ତାରିଖରେ କରିବା ଲାଗି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ସଂରକ୍ଷଣ ନେଇ ସୁପ୍ରୀମକୋର୍ଟରେ ମାମଲା ଦାଏର କରାଯାଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ କୋର୍ଟ ସଂରକ୍ଷଣ ମାମଲା ସମାଧାନ କରିବା ପରେ କାଉନସେଲିଂ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।