22.1 C
Bhubaneswar
Saturday, January 11, 2025
Homeଓଡିଶାଜେଇଇ ମେନ୍ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ

ଜେଇଇ ମେନ୍ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର:   ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଜେଇଇ ମେନ ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ଜେଇଇ ମେନ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ଏବଂ ତାହା ୩୧ ତାରିଖରେ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନେ ସଂଧ୍ୟା ୫ଟା ପର୍ଯ୍ୟନ୍ତ କେବଳ ଆବେଦନ କରିପାରିବେ । ୩୧ ତାରିଖ ରାତି ୧୧ଟା ୩୦ ଭିତରେ ଅନଲାଇନ ମାଧ୍ୟମରେ ଫି’  ଦାଖଲ କରିପାରିବେ । କ୍ରେଡିଟକାର୍ଡ, ଡେବିଟ କାର୍ଡ, ୟୁପିଆଇ ପେମେଣ୍ଟ ମାଧ୍ୟମରେ ଫି’ ଦାଖଲ ହୋଇପାରିବ । ଦୁଇଟି ସେସନରେ ପରୀକ୍ଷା ହେଉଥିଲେ ମଧ୍ୟ ଜଣେ ପିଲା କେବଳ ଗୋଟିଏ ଥର ଆବେଦନ କରିବାକୁ କୁହାଯାଇଛି । ସେହିଭଳି ପରୀକ୍ଷା କମ୍ପ୍ୟୁଟର ବେସଡ(ସିବିଟି) ମାଧ୍ୟମରେ କରାଯିବ । ପ୍ରଥମ ପର୍ଯ୍ୟୟ ପରୀକ୍ଷା ଏପ୍ରିଲ୍ ୧୬ରୁ ଆରମ୍ଭ ହୋଇ ୨୧ ତାରିଖରେ ସରିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ’ ୨୪ରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଦୈନିକ ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ପର୍ଯ୍ୟନ୍ତ, ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ଣ ୩ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି ।
ଦେଶରେ ଥିବା ସମସ୍ତ ଇଂଜିନିୟରିଂ କଲେଜ, ଆଇଆଇଟି, ଏନଆଇଟି, ଟ୍ରିପଲ ଆଇଟିରେ ନାମଲେଖାଇବା ଲାଗି ଜେଇ ମେନ ପରୀକ୍ଷା କରାଯାଇଥାଏ । ଗତବର୍ଷ ଠାରୁ ଜେଇଇ ମେନ ପ୍ରତିବର୍ଷ ୪ ଥର କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ । ଚଳିତବର୍ଷ ମଧ୍ୟ ସମାନ ଢଙ୍ଗରେ ପରୀକ୍ଷା କରାଯିବ । ୪ଟି ପରୀକ୍ଷାରୁ ଯେଉଁ ପରୀକ୍ଷାରେ ପ୍ରାର୍ଥୀ ଭଲ ନମ୍ବର ରଖିଥିବେ ଏହାକୁ ହିସାବକୁ ନିଆଯିବ । ଜେଇଇ ମେନରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ପିଲା ଜେଇଇ ଆଡଭାନ୍ସଡ ପରୀକ୍ଷାଦେବା ଲାଗି ମନୋନୀତ ହେବେ । ଏଥିରେ କୃତକାର୍ଯ୍ୟ ହୋଇଥିବା ପିଲା ଆଇଆଇଟି ଓ ଟ୍ରିପଲ ଆଇଟିରେ ପଢିବାକୁ ସୁଯୋଗ ପାଇବେ । ସେହିଭଳି ଯେଉଁମାନେ ଜେଇଇ ମେନରେଙ୍କ ହାସଲ କରିଥିବେ ସେମାନେ ରାଜ୍ୟ ଓ ରାଜ୍ୟ ବାହରର ସରକାରୀଓ ଘରୋଇ ଇଂଜିନିୟରିଂ କଲେଜରେ ନାମଲେଖାଇବାକୁ ଯୋଗ୍ୟ ବିବେଚିତ ହେବେ । ଗତ ଶିକ୍ଷାବର୍ଷରେ କରୋନା ଲାଗି ପରୀକ୍ଷା ବିଳମ୍ବରେ ହୋଇଥିବା ବେଳେ ଚଳିତବର୍ଷ ଠିକ ସମୟରେ ପରୀକ୍ଷା କରିବା ଲାଗି ଏନଟିଏ ପକ୍ଷରୁ ଯୋଜନା କରାଯାଇଛି । ତେବେ ରାଜ୍ୟରେ +୨ ପରୀକ୍ଷା ଶେଷ ହୋଇ ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଏକ ପ୍ରକାର ଶେଷ ହୋଇ ଯାଇଥିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking