25.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶଜୁନ୍ ମାସ ଶେଷ ସୁଦ୍ଧା ଚୀନ୍‌ରେ ରହିବେନି ଜଣେ ବି ଭାରତୀୟ ସାମ୍ବାଦିକ

ଜୁନ୍ ମାସ ଶେଷ ସୁଦ୍ଧା ଚୀନ୍‌ରେ ରହିବେନି ଜଣେ ବି ଭାରତୀୟ ସାମ୍ବାଦିକ

ନୂଆଦିଲ୍ଲୀ : ଜୁନ୍ ମାସ ଶେଷ ସୁଦ୍ଧା ଚୀନ୍‌ରେ ରହିବେନି ଜଣେ ବି ଭାରତୀୟ ସାମ୍ବାଦିକ । ଚୀନ୍‌ରେ କାର୍ଯ୍ୟ କରୁଥିବା ଶେଷ ଭାରତୀୟ ସାମ୍ବାଦିକଙ୍କୁ ଜୁନ୍ ମାସ ଶେଷ ପୂର୍ବରୁ ଦେଶ ଛାଡିବାକୁ କୁହାଯାଇଛି । ଚୀନ୍ ସୋମବାର ଏହାର ସାମ୍ବାଦିକମାନଙ୍କୁ ଭାରତରେ ଭେଦଭାବ ଏବଂ ଅନୁଚିତ୍ ବ୍ୟବହାର ହୋଇଥିବା ଅଭିଯୋଗ ଆଣିଛି । ରଏଟର୍ସ ରିପୋର୍ଟରେ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି, ଚୀନ୍‌ରେ କେବଳ ଭାରତୀୟ ନ୍ୟୁଜ୍ ଏଜେନ୍ସି ପିଟିଆଇର ସାମ୍ବାଦିକ ରହିଛନ୍ତି । ଭିସା ସମାପ୍ତ ହେବା ପରେ ସେ ମଧ୍ୟ ଭାରତ ଆସିବେ । ରିପୋର୍ଟ ଅନୁଯାୟୀ, ୨୦୨୩ ଆରମ୍ଭରେ ଭାରତର ଚାରିଜଣ ସାମ୍ବାଦିକ ଚୀନରେ ଥିଲେ । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଭିସା ଫ୍ରିଜ୍ ହେତୁ ଏପ୍ରିଲରେ ଫେରିବାକୁ ପଡିଥିଲା ।

ଏଥି ସହିତ, ଅବଶିଷ୍ଟ ଦୁଇ ସାମ୍ବାଦିକଙ୍କ ମଧ୍ୟରୁ ଜଣେ ଜୁନ୍ ୧୧ ରେ ଭିସା ସମାପ୍ତ ହେବା ପରେ ଦେଶକୁ ଫେରି ଆସିଥିଲେ । ଆଉ ଶେଷ ସାମ୍ବାଦିକ ଜଣକ ମଧ୍ୟ ଜୁନ୍ ଶେଷ ସୁଦ୍ଧା ଭାରତ ଫେରିବେ । ଯାହା ପରେ ଚୀନ୍ରେ ଜଣେ ହେଲେ ବି ଭାରତୀୟ ସାମ୍ବାଦିକ ରହିବେ ନାହିଁ । ରଏଟର୍ସ ଅନୁଯାୟୀ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ଗତକାଲି ଅଭିଯୋଗ କରିଛନ୍ତି ଯେ, ନିକଟ ଅତୀତରେ ଚୀନ୍ ସାମ୍ବାଦିକ ମାନଙ୍କୁ ଭାରତରେ ଭେଦଭାବ କରାଯାଇ ଅନ୍ୟାୟ କରାଯାଇଛି । ସେ ଦାବି କରିଛନ୍ତି ଯେ୨୦୨୦ ରୁ ଭାରତରେ ଚୀନ୍ ସାମ୍ବାଦିକଙ୍କ ଭିସା ଗ୍ରହଣ କରାଯାଇ ନାହିଁ । ଯେଉଁଥି ପାଇଁ ଭାରତରେ ଚୀନ୍‌ରେ ୧୪ ଜଣ ସାମ୍ବାଦିକ ଭିତରୁ କେବଳ ଜଣେ ସାମ୍ବାଦିକ ରହିଛନ୍ତି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଚୀନ୍‌ର ଦାବି ଉପରେ ଭାରତ ସରକାର କହିଛନ୍ତି ଯେ ଚୀନ୍ ସାମ୍ବାଦିକମାନେ କୌଣସି ଅସୁବିଧା ନକରି ଦେଶରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଚୀନ୍‌ରେ ଭାରତୀୟ ସାମ୍ବାଦିକଙ୍କ କ୍ଷେତ୍ରରେ ତାହା ହୋଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking