18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପୁଣି ଉତ୍ତର କୋରିଆ କଲା ମିସାଇଲ ପରୀକ୍ଷଣ

ପୁଣି ଉତ୍ତର କୋରିଆ କଲା ମିସାଇଲ ପରୀକ୍ଷଣ

ସିଓଲ : ଉତ୍ତର କୋରିଆ ଶନିବାର କମ୍ ଦୂରତା ବିଶିଷ୍ଟ ବାଲିଷ୍ଟିକ୍ ମିସାଇଲର କରିଛି ପରୀକ୍ଷଣ। ଏହାର ପଡ଼ୋଶୀ ଦେଶ ଗୁଡ଼ିକ ଏହି ସୂଚନା ଦେଇଛନ୍ତି। ଏହି ସପ୍ତାହରେ ଏହା ୪ର୍ଥ ଥର ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ କରିଛି। ଏହାକୁ ନେଇ ତାର ବିରୋଧୀ ମାନେ କଡ଼ା ନିନ୍ଦା କରିଛନ୍ତି। ଦକ୍ଷିଣ କୋରିଆ ଓ ଆମେରିକା ଉତ୍ତର କୋରିଆର ଏହି ପଦକ୍ଷେପକୁ ପାଗଳାମୀ ବୋଲି କହିଛନ୍ତି। ଏମିତି ଅସ୍ତ୍ରଶସ୍ତ୍ର ବ୍ୟବହାରରେ ସେ ନିଜର ଲୋକଙ୍କ କଷ୍ଟକୁ ବଢ଼ାଉ ଥିବା କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟିୟୋଲ ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି ଉତ୍ତର କୋରିଆର ପରମାଣୁ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ତାଙ୍କ ନିଜ ଲୋକଙ୍କ ସମସ୍ୟାକୁ ବଢ଼ାଉଛି , ଏମିତି ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ଦକ୍ଷିଣ କୋରିଆ ତଥା ଆମେରିକୀୟ ସେନାଙ୍କ ପକ୍ଷରୁ ଅତ୍ୟଧିକ କଡ଼ା ପ୍ରତିକ୍ରିୟା ମିଳିବାକୁ ନେଇ ସତର୍କ କରାଇଛନ୍ତି । ୟୁନ୍ ସଶସ୍ତ୍ର ସେନା ଦିବସ ସମାରୋହରେ କହିଛନ୍ତି , ଉତ୍ତର କୋରିଆ ଗତ ୩୦ ବର୍ଷରେ ଅନ୍ତରାଷ୍ଟ୍ରୀୟ ଗୋଷ୍ଠୀର ନିରନ୍ତର ଅଭିଯୋଗ ସତ୍ତ୍ୱେ ପରମାଣୁ ତଥା ମିସାଇଲ ଅସ୍ତ୍ରଶସ୍ତ୍ର ପାଇଁ ନିଜର ଏପରି କାର୍ଯ୍ୟରୁ ନିବୃତ୍ତ ହେଉ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking