26.1 C
Bhubaneswar
Tuesday, June 17, 2025
Homeଓଡିଶାଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

କଳାହାଣ୍ଡି : ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ କରାଗଲା । ସି ଡ଼ି ଏମ ଓ ଡ କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ ଓ ଡ ଚନ୍ଦ୍ରିକା ଆଚାର୍ଯ୍ୟ, ଡି ପି ଏମ ଶ୍ରୀ ଅବନୀ ମହାପାତ୍ର ଙ୍କ ସମେତ ଶ୍ରୀ ନିହାର ଠାକୁର,ଶ୍ରୀ ହିମାଂଶୁ ବାରିକ,ଶ୍ରୀ ବିବେକାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିଗଣ ନିଜ ଭାଷଣରେ ତମାଖୁ ସେବନର ଅପକାରିତା ଓ କର୍କଟ ରୋଗ ର ଅନ୍ୟତମ କାରଣ କହିବା ସହ ଏହିଭଳି ନିଶାଦ୍ରବ୍ୟକୁ ସେବନ ନ କରିବାତଥା ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସମାଜ ରେ ବିଶେଷ ପ୍ରଚାର ସହ ସ୍କୁଲ କଲେଜ ମାନଙ୍କ ପାଖରେ ଏଭଳି ନିଶାଦ୍ରବ୍ୟ ର ବିକ୍ରି କୁ ନିଷେଧ ଉପରେ କହିଥିଲେ । ଚଳିତ ବର୍ଷର ସ୍ଲୋଗାନ” ତମାଖୁ ଆମ ପରିବେଶ ପ୍ରତି ବିପଦ”ଏବଂ ଏହା ଉପରେ ଗୁରୁତ୍ବ ଦେଇ ତମାଖୁ ସେବନ କୁ ନିରୁତ୍ସହିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ।ଏହି ଦିବସର ମହତ୍ତ୍ଵକୁ ମାନେ ପକାଇ ଏକ ଶପଥ ପାଠ କାର୍ଯକ୍ରମ ହୋଇଥିଲା।
ବିଶ୍ଵ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ,ସ୍ଲୋଗାନ ପ୍ରତିଯୋଗିତା ରେ ବିଜୟୀ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଡ କସ୍ତୁରୀ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ। ସଭା କାର୍ଯକ୍ରମ ପୂର୍ବରୁ ସକାଳ ୮.୦୦ ଘ ସମୟରେ ଆଶା କର୍ମୀ ଓ ଏ ଏନ୍ ଏମ ଛାତ୍ରୀ ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking