27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଆଉ ନାହାନ୍ତି ‘ଅନୁପମା’ର ଅଭିନେତା ଋତୁରାଜ ସିଂ

ଆଉ ନାହାନ୍ତି ‘ଅନୁପମା’ର ଅଭିନେତା ଋତୁରାଜ ସିଂ

ବ୍ୟୁରୋ : ଟିଭି ଜଗତ ଏକ ପପୁଲାର ଟିଭି ଶୋ’ ‘ଅନୁପମା’ର ଅଭିନେତା ଋତୁରାଜ ସିଂ ଆଉ ନାହାନ୍ତି । ଗତ ରାତିରେ ତାଙ୍କାର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।ଛୋଟ ପରଦାଠୁ ଆରମ୍ଭ କରି ଫିଲ୍ମ ଓ ୱେବ ସିରିଜରେ ନିଜ ଛାପ ଛାଡ଼ିଥିବା ଋତୁରାଜଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବି- ଟାଉନ୍‌ରେ ଶୋକର ଛାୟା ଖେଳି ଯାଇଛି। ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ଗଭୀର ମାତ୍ରାରେ ଦୁଃଖ ଦେଇଛି ।  ଅଭିନେତା ଅମିତ ବହଲ କହିଛନ୍ତି, ଗତ ରାତି ପ୍ରାୟ ସାଢେ ୧୨ଟାରେ ହୃଦଘାତରେ ଋତୁରାଜଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଋତୁରାଜ ଚିକିତ୍ସିତ ହେଉଥିଲେ। ମାତ୍ର ଏହା ମଧ୍ୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ନିଜ ଅଭିନୟ ଯାଦୁରେ ଭିନ୍ନ ଭିନ୍ନ ଚରିତ୍ରକୁ ଜୀବନ୍ତ କରି ପାରୁଥିଲେ ଋତୁରାଜ। ସେଥିପାଇଁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରହିବା ସହ ତାଙ୍କ ଭଲ ପାଇବା ସାଉଣ୍ଟି ପାରୁଥିଲେ । ଜୀବନର ଶେଷ ସମୟରେ ସେ ‘ଅନୁପମା’ ସିରିଏଲରେ ଅଭିନୟ କରୁଥିଲେ। ଏହାବାଦ ଋତୁରାଜ ହିଟଲର ଦିଦି, ଶପଥ ଅଦାଲତ, ଆହଟ, ଦିୟା ଔର ବାତୀ ପରି ପପୁଲାର ସିରିଏଲରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି।ଏହା ବାଦ ସେ , ସେ ୟାରିୟାଁ-୨, ସତ୍ୟମେବ ଜୟତେ ୨, ଦ ମାଷ୍ଟରପିସ୍‌, ବଦ୍ରିନାଥ କି ଦୁଲୟନିୟା ପରି ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି।ଏହା ପୂର୍ବରୁ ଗତ ବର୍ଷ ‘ଅନୁପମା’ ସିରିଏଲର ଆଉ ଜଣେ ଅଭିନେତାଙ୍କ ମୃତ୍ୟୁ ହୋଇଥିଲା। ଗତ ବର୍ଷ ମେ’ ୨୩ ତାରିଖରେ ‘ଅନୁପମା’ ସିରିଏଲର ଲୋକପ୍ରିୟ ଅଭିନେତା ନିତେଶ ପାଣ୍ଡେ ମଧ୍ୟ ହୃଦଘାତରେ ଆଖି ବୁଜିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking