30.1 C
Bhubaneswar
Friday, May 3, 2024
Homeକରୋନାକୋଭିସିଲ୍ଡ ଟିକାକରଣ ନୀତିରେ କୌଣସି ପରିବର୍ତ୍ତନ ହୋଇନି

କୋଭିସିଲ୍ଡ ଟିକାକରଣ ନୀତିରେ କୌଣସି ପରିବର୍ତ୍ତନ ହୋଇନି

ନୂଆଦିଲ୍ଲୀ: କେନ୍ଦ୍ର ସରକାର କହିଛନ୍ତି କରୋନା ଭ୍ୟାକ୍ସିନେସନର ଦୁଇଟି ଡୋଜ୍ ନୀତି ଜାରି ରହିବ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି, କୋଭିସିଲ୍ଡ ପାଇଁ ଉଦ୍ଦିଷ୍ଟ ଡୋଜରେ ପରିବର୍ତନ ହୋଇନି । ପ୍ରଥମ ଡୋଜ ନେବା ପରେ ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯିବ । କୋଭାକ୍ସିନ ପାଇଁ ବି ଥିବା ନିୟମ ଲାଗୁ ରହିବ । କୋଭିସିଲ୍ଡର ଗୋଟିଏ ଡୋଜରେ କୌଣସି ପ୍ରକାରର ଦ୍ୱନ୍ଦ ନାହିଁ । ଭାରତରେ କୋବିସିଲ୍ଡର ଦୁଇଟି ଡୋଜ ରହିଛି । ଏଥିରେ କୌଣସି ପ୍ରକାରର ପରିବର୍ତନ ହୋଇନି । ସେହିଭଳି କୋବାକିସ୍ନର ବି ଦୁଇଟି ଡୋଜ୍ ରହିଛି । ମନ୍ତ୍ରାଳୟ କହିଛି ଯେ, ଭ୍ୟାକ୍ସିନର ମିଶ୍ରଣ ଉପରେ ଏବେ କିଛି ନିଷ୍ପତ୍ତି ନିଆଯାଇନାହିଁ । ଏହା ସାଇନ୍ସ ସବଜେକ୍ଟ । ଯଦି କିଛି ପରିବର୍ତ୍ତନ କରାଯିବ, ତେବେ ଗଣମାଧ୍ୟମରେ ସୂଚନା ଦିଆଯିବ । ନୀତି ଆୟୋଗ ସଦସ୍ୟ ଡାକ୍ତର ବିକେ ପଲ୍ କହିଛନ୍ତି ଯେ, କରୋନାର ତୃତୀୟ ଲହର ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ସେ କହିଛନ୍ତି ପିଲାଙ୍କ ନିକଟରେ ଯାହା ବି କରୋନା ପଜିଟିଭ କେସ ଆସିଛି, ତାହା ଅସିମ୍ପୋଟମିକ । ଗୁରୁତର ମାମଲା କମ୍ ରହିଛି ।  ଯଦି ଭାଇରସବାରିଏଣ୍ଟ କରିବ ତେବେ ପିଲାଙ୍କ ଉପରେ ସମସ୍ୟା ସୃଷ୍ଟି ହୋଇପାରେ । ସେ କହିଛନ୍ତି, ପିଲାଙ୍କ ପାଇଁ ସବୁ ପ୍ରସ୍ତୁତ । ଲ୭ଣ ବିଷୟରେ ସେ କହିଛନ୍ତି, ପିଲାଙ୍କ ନିକଟରେ ଜ୍ୱର, ଥଣ୍ଡା, ନିମୋନିଆ ଭଳି ଲକ୍ଷଣ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking