34.1 C
Bhubaneswar
Thursday, June 20, 2024
Homeଦେଶ ବିଦେଶହସ୍ପିଟାଲରେ ଭର୍ତ୍ତି ହେଲେ ନୀତୀଶ କୁମାର

ହସ୍ପିଟାଲରେ ଭର୍ତ୍ତି ହେଲେ ନୀତୀଶ କୁମାର

ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହସ୍ପିଟାଲରେ ଭର୍ତ୍ତି। ଶନିବାର ସକାଳୁ ସେ ତାଙ୍କ ବାମ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଅର୍ଥୋପେଡିକ୍ ବିଭାଗରେ ତାଙ୍କ ଚିକିତ୍ସା ଚାଲିଛି। ସୂଚନା ମୁତାବକ, ଆଜି ସକାଳୁ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଛଣାରୁ ଉଠିବା ପରେ ନିଜ ବାମ ହାତରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି। ସେଠାରେ ଡାକ୍ତରଙ୍କ ଏକ ଟିମ୍‌ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ଲୋକସଭା ନିର୍ବାଚନକୁ ନେଇ ଗତ କିଛି ଦିନ ହେବ ନୀତୀଶ କୁମାର ବେଶ୍‌ ବ୍ୟସ୍ତ ଥିଲେ। ଲଗାତର ସେ ନିର୍ବାଚନ ପ୍ରଚାର ପ୍ରସାର କରୁଥିଲେ। ନିର୍ବାଚନ ଫଳାଫଳ ପରେ ସେ ଦିଲ୍ଲୀରେ ଏନଡିଏ ସରକାର ଗଠନ ପାଇଁ ଦଳର ନେତାଙ୍କ ସହ ନିରନ୍ତର ବୈଠକ କରିଥିଲେ। ଏହା ବ୍ୟତୀତ ସେ ବିହାରର କାର୍ଯ୍ୟରେ ମଧ୍ୟ ବହୁତ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା। ଗତ ଦୁଇ ଦିନ ଧରି ସେ ଦଳୀୟ ନେତାଙ୍କ ସହ ବୈଠକ କରିଆସୁଥିଲେ। ପ୍ରଥମେ ଏହା ଅଧିକାରୀଙ୍କ ସହ ଓ ତା’ପରେ ପରଦିନ କ୍ୟାବିନେଟ ବୈଠକ ଡାକିଲେ। ଏହି ପ୍ରସଙ୍ଗରେ ନୀତୀଶ କୁମାରଙ୍କୁ ଆରାମ କରିବାକୁ ସମୟ ମିଳିନଥିଲା। ଏଥିଲାଗି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking