17.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶନୀତୀଶ କୁମାର ଅସୁସ୍ଥ

ନୀତୀଶ କୁମାର ଅସୁସ୍ଥ

ପାଟନା: ଦେଶବ୍ୟାପୀ ଏବେ ୨୦୨୪ ଲୋକସଭା ନିର୍ବାଚନୀ ମାହୋଲ ବେଶ୍ ଉଷ୍ମ ରହିଛି । ପ୍ରତ୍ୟେକ ରାଜନୈତିକ ଦଳର ମୁଖିଆମାନେ ଏବେ ନିର୍ବାଚନକୁ ନେଇ ବେଶ୍ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ତେବେ ଏସବୁ ମଧ୍ୟରେ ବିହାର ଶାସକ ଦଳ ଜେଡିୟୁ ପାଇଁ କିନ୍ତୁ ଏବେ ବଡ଼ ସମସ୍ୟା ଉତ୍ପନ୍ନ ହୋଇଯାଇଛି । ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ଡାକ୍ତରଙ୍କ ଟିମ୍ ଲଗାତର ଭାବେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ ହୋଇପଡିଥିବାରୁ ଡାକ୍ତରୀ ପରାମର୍ଶକ୍ରମେ ତାଙ୍କୁ ଏବେ ବିଶ୍ରାମର ଆବଶ୍ୟକତା ରହିଛି । ଏହି କାରଣରୁ ମଙ୍ଗଳବାର ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଏଠାରେ ସୂଚନାଯୋଗ୍ୟ, ନୀତୀଶ କୁମାର ଆଜି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାର ଥିଲା । କିନ୍ତୁ ସେ ଯାଇପାରିନଥିଲେ । ଦିନକ ପୂର୍ବେ ବରିଷ୍ଠ ବିଜେପି ନେତା ତଥା ବିହାରର ଦୀର୍ଘସମୟ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ସୁଶୀଲ ମୋଦୀଙ୍କ ୭୨ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking