ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହାଇଟେକ ମେଡିକାଲ କଲେଜର ଏମବିବିଏସ ଓ ବିଡିଏସ (ୟୁଜି) ସିଟରେ ନାମଲେଖାଇବା ଲାଗି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୨ରୁ ୧୮ ତାରିଖ ଯାଏଁ ପଞ୍ଜିକରଣ ଚାଲିଥିଲା । ଓଜେଇଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୮ ତାରିଖ ସଂଧ୍ୟା ସୁଦ୍ଧା ୪ହଜାର ୫୦୦ ପ୍ରାର୍ଥୀ ନାମ ଲେଖାଇବା ଲାଗି ପଞ୍ଜିକରଣ ପରିଛନ୍ତି । ସେହିଭଳି ୨୪ ତାରିଖ ସଂଧ୍ୟା ୫ଟା ସମୟରେ ପ୍ରୋଭିଜନାଲ ମେରିଟ ଲିଷ୍ଟ ଏବଂ ୨୭ ତାରିଖରେ ଫାଇନାଲ ଷ୍ଟେଟ ମେରିଟ ଲିଷ୍ଟ ପ୍ରକାଶ ପାଇବ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।
ନିଟ୍ ୟୁଜି ୨୦୨୧ରେ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପଞ୍ଜିକରଣ ଆଧାରରେ ନାମଲେଖା ତାଲିକା ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛଇ । ଛାତ୍ରଛାତ୍ରୀମାନେ ଓଜେଇଇର ୱେବ ସାଇଟ ମାଧ୍ୟମରେ ପଞ୍ଜିକରଣ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ଷ୍ଟେଟ ମେରିଟ ଲିଷ୍ଟ ସମ୍ବନ୍ଧୀୟ ସମସ୍ତ ବିବରଣୀ ପାଇପାରିବେ । ଚଳିତ ବର୍ଷ ରାଜ୍ୟରେ ମେଡିକାଲ ସିଟ୍ ସଂଖ୍ୟା ୧୩୫୦ରୁ ବୃଦ୍ଧି ପାଇ ୧୪୫୦ ହୋଇଛି । ପ୍ରଥମ ଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟରେ ଛାତ୍ରଛାତ୍ରୀଙ୍କ ଆଡମିଶନ ହେବ । ଏଥିଲାଗି ୧୮ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ, ଫି ଡିପୋଜିଟ କରାଯିବ । ସେହିଭଳି ପଞ୍ଜିକରଣ ଜନିତ କୌଣସି ପ୍ରକାର ସମସ୍ୟା ଏବଂ ଆପତ୍ତି ଅଭିଯୋଗ ପାଇଁ ୨୫ ଓ ୨୬ ଦୁଇ ଦିନସମୟ ଦିଆଯାଇଛି ।