31.1 C
Bhubaneswar
Friday, September 13, 2024
Homeଓଡିଶାପେନସନ ଆକାରରେ ମିଳିବ ଦରମା :ନିର୍ମଳା ସୀତାରମଣ

ପେନସନ ଆକାରରେ ମିଳିବ ଦରମା :ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ପେନସନ ଆକାରରେ ଦରମା ମିଳିବା ନେଇ କେନ୍ଦ୍ର ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି । ଅର୍ଥମନ୍ତ୍ରୀ ସୀତାରମଣଙ୍କ ଘୋଷଣା ପରେ ଗତବର୍ଷ ଅର୍ଥ ସଚିବ ଟିଭି ସୋମନାଥନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟି ଓପିଏସକୁ ପୁଣି ଲାଗୁ ନକରି ଏନପିଏସରେ ଫାଇଦାରେ ସୁଧାର ଆଣିବା ପାଇଁ ସମୀକ୍ଷା କରିଥିଲା । ଗତବର୍ଷ କଂଗ୍ରେସ ଦ୍ୱାରା କିଛି ରାଜ୍ୟରେ ଓପିଏସକୁ ପୁଣି ଲାଗୁ କରାଯିବା ପରେ ଏହି କମିଟି ଗଠନ କରାଯାଇଥିଲଶ । ସେ ସମୟରେ କେନ୍ଦ୍ର ସରକାର ଓପିଏସକୁ ପୁଣି ଲାଗୁ କରିବାକୁ ଅଗ୍ରାହ୍ୟ କରିଦେଇଥିଲେ । ତେବେ ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୪ ସଂସଦରେ ଆଗତ କରିବେ । ଦୀର୍ଘ ସମୟ ଧରି ପୁରୁଣା ପେନସନ ସ୍କିମ (ଓପିଏସ)କୁ ବିରୋଧୀ ପକ୍ଷରୁ ସମର୍ଥନ କରାଯାଇ ଆସୁଥିବା ବେଳେ ଅନେକ ରାଜ୍ୟ ଏହାକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର କେନ୍ଦ୍ର ସରକାର ଓପିଏସକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।ଏହା ବଦଳରେ ନୂଆ ପେନସନ ସ୍କିମ (ଏନପିଏସ)ରେ ପରବର୍ତ୍ତନ ଆଣି କର୍ମଚାରୀଙ୍କୁ ଅଧିକ ପେନସନ ଦେବା ପାଇଁ ଯୋଜନା କରୁଛନ୍ତି । ତେଣୁ ଆସନ୍ତା ୨୩ ତାରିଖରେ କେନ୍ଦ୍ର ସରକାର ଏହାକୁ ନେଇ ଏକ ବଡ଼ ଘୋଷଣା କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking