ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଆଜି ସୁପ୍ରିମ୍ କୋର୍ଟରେ ପୁଣି ଆବେଦନ ଦାଖଲ କରିଥିବା ଜଣାଯାଇଛି। ଫାଶୀ ଟାଳିବାକୁ ସେ ଏଭଳି ପ୍ରୟାସ କରୁଥିବା କୁହାଯାଉଛି। ସେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମୟରେ ନାବାଳକ ଥିବା ଦର୍ଶାଇ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ଜାରି ହୋଇଥିବା ମୃତ୍ୟୁ ପରୱାନାକୁ ବି ଖାରଜ କରିବାକୁ ଆବେଦନ କରିଛି ପବନ ଗୁପ୍ତା।
ସୂଚନା ଅନୁସାରେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦ୍ବିତୀୟ ଥର ପାଇଁ ଜାରି ହୋଇଥିବା ଡେଥ୍ ୱାରେଣ୍ଟ ମଧ୍ୟ ଫେବ୍ରୁଆରି ୧ରେ କାର୍ଯ୍ୟକାରୀ ହେବାନେଇ ଅନିଶ୍ଚିତତା ଦେଖାଦେଇଛି। ଫାଶୀ ରୋକିବା ପାଇଁ ୪ ଜଣ ଦୋଷୀ ବାରମ୍ବାର ପ୍ରୟାସ ଜାରି ରଖିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦ୍ବିତୀୟ ଡେଥ୍ ୱାରେଣ୍ଟ କାର୍ୟ୍ୟକାରୀ ହୋଇପାରିବ କି ନାହିଁ ଏବେ ଯାଏ ଜଣାପଡ଼ୁନାହିଁ ।କିଛି ସମୟ ପରେ ଆସିବା ରାୟ ।
https://onakhabar.com/2020/01/31/nirbhaya-case-2/