ନୂଆଦିଲ୍ଲୀ: : କେରଳ କୋଜିକୋଡେରେ ଗତ ଚାରି ଦିନ ମଧ୍ୟରେ ନିପା ଭାଇରସରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇ ନ ଥିବା ଜଣାପଡିଛି। ଗତକାଲି ପରୀକ୍ଷା ହୋଇଥିବା ୪୨ଟି ନମୁନାରେ କୌଣସି ସଂକ୍ରମଣ ମାମଲା ଚିହ୍ନଟ ହୋଇ ନାହିଁ। ତେବେ ମୋଟ ନିପା ସଙ୍କ୍ରମିତଙ୍କ ସଂଖ୍ୟା ୧ ହଜାର ୨୩୩ ରହିଛି। ସେମାନଙ୍କ ମଧ୍ୟରୁ ୩୫୨ ଜଣ ସଙ୍କ୍ରମିତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ବେଳେ ୧୨୯ ଜଣ ଗୁରୁତର ଅଛନ୍ତି।