27.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶକେରଳରେ ନିପା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି, ଅନୁଧ୍ୟାନ ପାଇଁ ପହଁଚିଛି କେନ୍ଦ୍ରୀୟ ଟିମ୍

କେରଳରେ ନିପା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି, ଅନୁଧ୍ୟାନ ପାଇଁ ପହଁଚିଛି କେନ୍ଦ୍ରୀୟ ଟିମ୍

ଥିରୁଅନନ୍ତପୁରମ : କେରଳରେ ନିପା ସଂକ୍ରଣକୁ ନେଇ ଚିନ୍ତା ବଢ଼ି ଚାଲିଥିବା ବେଳେ କେରଳର କୋଝିକୋଡ଼ ଜିଲ୍ଲାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ୩୯ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ନମୁନା ପଜିଟିଭ୍ ଆସିବା ପରେ ତାଙ୍କଠାରେ ନିପା ଭାଇରସ୍ ଚିହ୍ନଟ ହୋଇଛି। ତାଙ୍କୁ ଏକ ହସ୍ପିଟାଲରେ ଅବଜରଭେସନରେ ରଖାଯାଇଥିଲା। ପୂର୍ବରୁ ନିପା ପଜିଟିଭ୍ ଆକ୍ରାନ୍ତ ଅନ୍ୟ ରୋଗରେ ଚିକିତ୍ସିତ ହେଉଥିବା ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସା ପାଇଁ ଆବେଦନ କରିଥିଲେ ବୋଲି ବିବୃତିରେ କୁହାଯାଇଛି। ଏବେ କୋଝିକୋଡରେ ନିପା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି। ଇତିମଧ୍ୟରେ ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲର ମାଇକ୍ରୋବାୟୋଲୋଜିଷ୍ଟ ଏବଂ ଅନ୍ୟାନ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ କେନ୍ଦ୍ରୀୟ ଟିମ୍ ଏହାର ଅନୁଧ୍ୟାନ ପାଇଁ ଗୁରୁବାର କୋଝିକୋଡିରେ ପହଞ୍ଚିଛନ୍ତି। ନିପା ସ୍ଥିତି ଏବଂ ମହାମାରୀର ପରିଚାଳନାରେ ରାଜ୍ୟକୁ ସହାୟତା କରିବା ପାଇଁ ଏମାନେ ପରାମର୍ଶ ଦେବେ। ଯେଉଁଠାରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେହି ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ବୁଧବାର ନିପା ଲକ୍ଷଣ ଥିବା ଜଣେ ୬୦ ବର୍ଷ ବୟସ୍କା ମହିଳା ମଞ୍ଜେରୀ ମେଡିକାଲ କଲେଜରେ ଭର୍ତ୍ତି ହେବା ପରେ ପଡ଼ୋଶୀ ମାଲାପୁରମ ଜିଲ୍ଲାରେ ମଧ୍ୟ ସତର୍କତା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking