40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ୟୁଏସ ଗସ୍ତ, ଆମେରିକା କଂଗ୍ରେସର ମିଳିତ ବୈଠକକୁ କରିବେ ସମ୍ବୋଧନ

ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ୟୁଏସ ଗସ୍ତ, ଆମେରିକା କଂଗ୍ରେସର ମିଳିତ ବୈଠକକୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ,: ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସର ମିଳିତ ବୈଠକରେ ସମ୍ବୋଧିତ କରିବେ। ଆମେରିକା ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କର ମଜବୁତ ହୋଇଥିବା ବେଳେ ଦ୍ବିପାକ୍ଷିକ ସମ୍ପର୍କର ମହତ୍ତ୍ବ ଦର୍ଶାଇବେ। ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ କେବଳ ସହଯୋଗୀ ନୁହେଁ, ଏହା ଏକ ବିଶ୍ବସ୍ତରୀୟ ସହଭାଗୀତା ବୋଲି ଆମେରିକାର ସିନେଟର ସିଣ୍ଡି ହାଇଡ ସ୍ମିଥ କହିଛନ୍ତି ।
କେବଳ ଏତିକି ନୁହେଁ ଆମେରିକା କଂଗ୍ରେସର ଅନେକ ସଦସ୍ୟ ମୋଦିଙ୍କ ଆମେରିକା ଗସ୍ତ ନେଇ ସ୍ୱାଗତ କରିଛନ୍ତି । ‘‘ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ ନେଇ ଧନ୍ୟବାଦ ଜଣାଇଛନ୍ତି । ଆମେରିକା-ଭାରତ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ଶୁଣିବାକୁ ଆମେ ଅପେକ୍ଷା କରିଛୁ’’ ବୋଲି ଆମେରିକାର କଂଗ୍ରେସର ସଦସ୍ୟ କହିଛନ୍ତି ।
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ରୁ ୨୫ ପର୍ଯ୍ୟନ୍ତ ଆମେରିକା ଏବଂ ଇଜିପ୍ଟ ଗସ୍ତ କରିବେ। ଆମେରିକାର ରାଷ୍ଟ୍ରପତି ଜୋ. ବାଇଡେନଙ୍କ ନିମନ୍ତ୍ରଣରେ ମୋଦି ଆମେରିକା ଗସ୍ତ କରୁଛନ୍ତି । ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ହେଡକ୍ବାଟରରେ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking