ୱାଶିଂଟନ: ଆମେରିକାର ବାଣିଜ୍ୟିକ ରାଜଧାନୀ ନ୍ୟୁୟର୍କ ସହରରେ ଶନିବାର ଜଣେ ଆତତାୟୀର ଅନ୍ଧାଧୁନ ଗୁଳିଚାଳନାରେ ୧୦ ଜଣ ବ୍ୟକ୍ତିି ପ୍ରାଣ ହରାଇଛନ୍ତି । ଆହତ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣ ପରେ ସଂପୃକ୍ତ ଆତତାୟୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଆକ୍ରମଣ ପଛରେ ଜାତିଅ।।ଣ ଆକ୍ରୋଶ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି ।
ଆତତାୟୀ ଜଣକ ବୁଲେଟପ୍ରୁଫ୍ ପୋଷାକ ଓ ମୁଣ୍ଡରେ କ୍ୟାମେରା ଲାଗିଥିବା ହେଲମେଟ ପିନ୍ଧିଥିଲା । ସୁପରମାର୍କେଟର ପ୍ରବେଶ ପଥରେ ସେ ପ୍ରଥମେ ୪ ଜଣଙ୍କ ଉପରେ ଗୁଳି ଚଳାଇଥିଲା । ଏହାଦେଖି ସୁପରମାର୍କେଟ ସିକ୍ୟୁରିଟୀ ଗାର୍ଡ ଗୁଳି ଚଳାଇଥିଲେ ସୁଦ୍ଧା ବୁଲେଟପ୍ରୁଫ୍ ଜ୍ୟାକେଟ ଯୋଗୁଁ ଆତତାୟୀ ବର୍ତ୍ତିଯାଇଥିଲା । ସିକ୍ୟୁରିଟୀ ଗାର୍ଡକୁ ହତ୍ୟା କରିବା ସହ ଭିତରକୁ ପ୍ରବେଶ କରି ଆତତାୟୀଜଣକ ଆଖିବୁଜା ଗୁଳି ଚଳାଇଥିଲା । ମୃତାହତଙ୍କ ମଧ୍ୟରେ ଅଧିକାଂଶ କୃଷ୍ଣକାୟ (ନିଗ୍ରୋ) ବ୍ୟକ୍ତି ଥିବାବେଳେ ୨ ଜଣ ଶ୍ୱେତାଙ୍ଗ ରହିଛନ୍ତି ।