25.1 C
Bhubaneswar
Friday, January 17, 2025
Homeଦେଶ ବିଦେଶଭିଟାମିନ- ଡି ଅଭାବ ଚିହ୍ନଟ କରିବ ହାତ ତିଆରି ପେପର ସେନ୍‌ସର

ଭିଟାମିନ- ଡି ଅଭାବ ଚିହ୍ନଟ କରିବ ହାତ ତିଆରି ପେପର ସେନ୍‌ସର

ହାଇଦ୍ରାବଦ : ଭାରତରେ ବିକଶିତ ହୋଇଛି ହାତ ତିଆରି ପେପର ସେନ୍‌ସର । ଦେଶରେ ସ୍ନାତକ ଏବଂ ଉଚ୍ଚଶିକ୍ଷା ପାଇଁ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ କେଏଲ ଡିମ୍‌ଡ-ଟୁ-ବି ୟୁନିଭରସିଟି, ଏହି ଅନନ୍ୟ ହାତ ତିଆରି ପେପର ସେନ୍‌ସର ବିକଶିତ କରିଛି । ଯାହା ସଠିକ ଭାବରେ ଭିଟାମିନ ଡି ଅଭାବ ପରିମାପ କରିପାରିବ । ୟୁନିଭରସିଟିର ରସାୟନ ଶାସ୍ତ୍ର ବିଭାଗର ଡ. ପ୍ରଦୀପ କୁମାର ବ୍ରହ୍ମନ, ଏହି ଶିକ୍ଷା ପ୍ରତିଷ୍ଠାନ ଆନ୍ଧ୍ରପ୍ରଦେଶ କ୍ୟାମ୍ପସରେ ଜଣେ ଗବେଷିକା ସୁଶ୍ରୀ ତୁମ୍ମାଲା ଅନୁଷାଙ୍କୁ ନେଇ ଗଠିତ ଏକ ଦଳ ଦ୍ୱାରା ବିକଶିତ ଏହି ସେନ୍‌ସର ଭିଟାମିନ-ଡିର ତ୍ୱରିତ ଓ ଭରସାଯୋଗ୍ୟ ନିରୀକ୍ଷଣ ପାଇଁ ଉଦ୍ଦିଷ୍ଟ । ଏହି ପ୍ରଯୁକ୍ତି ଦୁର୍ଗମ ଅଞ୍ଚଳରେ ଥିବା ଛୋଟ ଛୋଟ କ୍ଲିନିକ, ଦାତବ୍ୟ ସ୍ୱାସ୍ଥ୍ୟକେନ୍ଦ୍ର,ଭୌଗୋଳିକ ଦୃଷ୍ଟିରୁ ଅପହଞ୍ଚ ସ୍ଥାନରେ ଥିବା ଚିକିତ୍ସା ସୁବିଧା ସୁଯୋଗ ଏବଂ କ୍ଷୁଦ୍ର ଚିକିତ୍ସା ପ୍ରଦାନକାରୀ କେନ୍ଦ୍ରଗୁଡିକୁ ସଂପ୍ରତି କୌଣସି ଅଧିକ ଉପକରଣ ଅଥବା ପ୍ରୟୋଗଶାଳା ବିନା ଭିଟାମିନ-ଡି ଅଭାବ ପରିମାପ କରିବା ପ୍ରକ୍ରିୟାଗୁ ସୁଗମ କରିବ ।
ଏକ ପେପର ଇଲେକ୍‌ଟ୍ରୋଡକୁ ଏକ ନିର୍ଦ୍ଦିଷ୍ଟ ଆକାରରେ ଡିଜାଇନ କରାଯାଇ ଏବଂ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା କାଳି- କଣ୍ଟକ୍ଟିଭ ଇଙ୍କ୍ ବଳରେ ଏକ ଏ-୪ ଫଟୋକପି କାଗଜରେ ଇଲେକଟ୍ରୋଡ ଶୈଳୀରେ ଛପାଯାଇ ବିକଶିତ କରାଯାଉଛି । ଉକ୍ତ କଣ୍ଡକ୍ଟିଭ ଇଙ୍କ୍‌ରେ କୋବାଲ୍‌ଟ-ସିଲଭର ଥିବା କୋପଲିମର-ଆୟନିକ ତରଳ ପଦାର୍ଥ ରହିଛି ଏବଂ ତାହା ଭିଟାମିନ ଡି ଅଭାବ ଠାବ କରିବାକୁ ଏକ ସେନ୍‌ସର ଭାବରେ କାର୍ଯ୍ୟ କରୁଛି । ଦୁଇଟି ସାଧାରଣ ଇଲେକ୍‌ଟ୍ରୋଡ ସହିତ ଏହି ଷ୍ଟ୍ରିପ୍ (ରେଫରେନ୍ସ ଓ କାଉଣ୍ଟର ଇଲେକ୍‌ଟ୍ରୋଡସ)କୁ ତାହାପରେ ଏକ ଭୋଲ୍‌ଟାମେଟ୍ରିକ ସେଲ୍‌ରେ ଇଲେକ୍‌ଟ୍ରୋଲାଇଟ ଦ୍ରବଣ ଥିବା ରୋଗୀଙ୍କର ସେରମ୍ ନମୂନାରେ ତାହାକୁ ବୁଡାଇ ଦିଆଯାଉଛି । ଏକ ସ୍ଥିର ଅବସ୍ଥାରେ ଏକ ଆମ୍ପିଅରୋମେଟ୍ରିକ ପରିମାପକୁ ଲିପିବଦ୍ଧ କରାଯାଉଛି । ସଂଗ୍ରହ କରାଯାଉଥିବା ସଦ୍ୟ ତଥ୍ୟ ଭିଟାମିନ-ଡି ଉପସ୍ଥିତି ସ୍ତର ସମ୍ପର୍କରେ ସୂଚନା ଦେଉଛି । ୩ ଟି ଇଲେକଟ୍ରୋଡକୁ ଏକ ପୋଟେନସିଓଷ୍ଟାଟ ସହିତ ସଂଯୁକ୍ତ କରାଯାଉଛି, ଯାହାକୁ ପୁନଶ୍ଚ ଏକ ମନିଟର ସହିତ ଯୋଡା ଯାଉଛି, ଯେଉଁ ମନିଟରରେ ପ୍ରୟୋଗଶାଳାର ଟେକ୍‌ନିସିଆନ ଭିଟାମିନ ଡି ସେନ୍‌ସରର ଫଳାଫଳ ଦେଖିପାରିବେ । ଏହି ପେପର ସେନ୍‌ସର ମୂଲ୍ୟ ପ୍ରାୟ ୪୦ରୁ ୫୦ ଟଙ୍କା ହେବ, ଅନ୍ୟପକ୍ଷରେ ହସପିଟାଲ ଏବଂ ପ୍ରୟୋଗଶାଳା ଗୁଡିକରେ ବ୍ୟବସାୟିକ ସ୍ତରରେ ଭିଟାମିନ-ଡି ପରୀକ୍ଷଣ ପାଇଁ ଉପଲବ୍ଧ ସୁବିଧା ବାବଦ ଖର୍ଚ୍ଚ ୧୫୦୦ରୁ ୨୦୦୦ ଟଙ୍କା ପଡୁଛି । ଏହି ସେନ୍‌ସର ସଠିକତା ୯୪%ରୁ ଅଧିକ, ଯାହା ସଂପ୍ରତି ବ୍ୟବସାୟିକ ସୂତ୍ରରେ ଉପଲବ୍ଧ ପରୀକ୍ଷଣ ସୁବିଧା ସହିତ ସମାନ । ସେନ୍‌ସର ଫଳାଫଳ ଉତ୍ପନ୍ନ କରିବା ସହିତ ୩୦ ମିନିଟ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିଥାଏ ଏବଂ ଏହାଦ୍ୱାରା ରୋଗ ନିରୂପଣ କ୍ଷେତ୍ରରେ ମୂଲ୍ୟବାନ ସମୟ ସଞ୍ଚୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking