ନୂଆଦିଲ୍ଲୀ: ଚଳିତ ବଜେଟରେ ୭ଟି ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି । ସାମଗ୍ରିକ ବୃଦ୍ଧି, ଚାଷୀ ସମସ୍ୟା ଦୂର, ଜମ୍ମକଶ୍ମୀର, ଲଦାଖକୁ ବିଶେଷ ଗୁରୁତ୍ୱ , ଭିତ୍ତିଭୂମି ବିକାଶ, ଯୁବଶକ୍ତି, ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ, ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ଏବଂ ଦକ୍ଷତା ବିକାଶ ଉପରେ ପର୍ଯ୍ୟାବେଶିତ ।
କୃଷି: ଚଳିତ ବଜେଟରେ ଚାଷୀର ମାନଙ୍କର ସମସ୍ତ ସମସ୍ୟାର ସମାଧାନ ହେବ । ଏହା ସହିତ କୃଷି ପାଇଁ ମଧ୍ୟ ବହୁ ବଡ ନିଷ୍ପତ୍ତି ନିଆଯାଇଛି । ପନିପରିବା ଚାଷ ପାଇଁ ୨୨ଶହ କୋଟି ଟଙ୍କା । ଏବଂ ଚାଷୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା ପାଇଁ ବଜେଟରେ ସ୍ଥାନ ଦିଆଯାଇଛି ।କୃଷି ପାଇଁ ଡିଜିଟାଲ ଭିତ୍ତିଭୂମିକୁ ବିକାଶ କରାଯିବ ।
ଶିକ୍ଷା: ଶିକ୍ଷା କ୍ଷେତ୍ରକୁ ଦେଖିଲେ ପଞ୍ଚାୟତ,ୱାର୍ଡ ସ୍ତରେ ଲାଇବ୍ରେରୀ ଖୋଲାଯିବା ନେଇ ସୂଚନା ।ଜାତୀୟ ଡିଜିଟାଲ ଲାଇବ୍ରେରୀ ଖୋଲାଯିବ । ଯାହା ଦ୍ୱାରା ପିଲାମାନଙ୍କ ମଦ୍ୟରେ ପାଠ ପଢ଼ାର ଇଚ୍ଛା ଆଉ ଉତ୍ସାହ ବଢ଼ିବ । ଏକଲବ୍ୟସ୍କୁଲ ପାଇଁ ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ । ଆଦିବାସୀଙ୍କ ପାଇଁ ନୂଆ ସ୍ମୁଲ ଖୋଲାଯିବ । ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ କାର୍ଯ୍ୟ କରାଯିବ । ସାରା ଦେଶରେ ଖୋଲା ଯିବ ୧୫୭ ଟି ନର୍ସିଂ କଲେଜ । ଏହା ସହିତ ସାରା ଦେଶରେ ଆଇସିଏମଆର ଲ୍ୟାବ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବା ନେଇ ସୂଚନା ଦିଆଯାଇଛି ।
ରେଲୱେ: ରେଲୱେ ପାଇଁ ୨.୪ ଲକ୍ଷ କୋଟିର ବଜେଟ କରାଯାଇଛି । ଯେଉଁଥିରେ ନୂଆ ଯୋଜନା ପାଇଁ ୭୫ ହଜାରକୋଟି ର ସ୍ଥାନ ଦିଆଯାଇଛି । ରେଲୱେ ସହିତ ଘରୋଇ ସହଭାଗିତା ରହିବ ।
ଏହା ସହିତ କେୱାଇସି ମଧ୍ୟ ସରଳକୃତ ହେବ । ପ୍ୟାନ କାର୍ଡ ଡିଜିଟାଲ ସିଷ୍ଟମ ପାଇଁ ଏକକ ପରିଚୟ ପତ୍ର ହେବ । ସୁରକ୍ଷା ପାଇଁ ଡିଜିଟାଲ ଲକର ବ୍ୟବହାର ବୃଦ୍ଧି କରାଯିବ ।