ଭୁବନେଶ୍ୱର: ଏଣିକି ନୂଆ ସିମ୍ କାର୍ଡ କିଣିବା ଓ ଏହାକୁ ଆକ୍ଟିଭେଟ୍ କରିବା ପ୍ରକ୍ରିୟା ଆହୁରି ଜଟିଳ ହୋଇପାରେ। କେନ୍ଦ୍ର ସରକାର ନୂଆ ସିମ୍ କାର୍ଡ ପାଇଁ କଡ଼ା ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏନେଇ ଦୂରସଞ୍ଚାର ବିଭାଗ ସର୍କୁଲାର ଜାରି କରିଛି।
ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍ କାର୍ଡ ବିକ୍ରି ରୋକିବା ଉପରେ ପଦକ୍ଷେପ ନିଆଯିବ। ଏହାସହ ଅଣ ପଞ୍ଜୀକୃତ ସିମ୍ କାର୍ଡ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଟେଲିକମ୍ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।