40.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଡ୍ରାଇଭିଂ ଲାଇସେନ୍ସ ଲାଗି ଆସନ୍ତା ୧ରୁ ଲାଗୁ ହେବ ନୂଆ ନିୟମ

ଡ୍ରାଇଭିଂ ଲାଇସେନ୍ସ ଲାଗି ଆସନ୍ତା ୧ରୁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ଏଣିକି ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅପେକ୍ଷା କରିବାକୁ ପଡ଼ିବନି । ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ । ଜୁନ ୧ରୁ ଆବେଦନକାରୀମାନେ ଆରଟିଓ ବଦଳରେ ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ । ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ ପାଇଁ ମଧ୍ୟ ଆରଟିଓ ଯିବାକୁ ପଡିବନି । ଯେଉଁ ଟ୍ରେନିଂ ସେଣ୍ଟରରେ ଟେଷ୍ଟ ଦେଇଥିବେ, ସେହିଠାରୁ ସାର୍ଟିଫିକେଟ ପାଇପାରିବେ । ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନର ଡ୍ରାଇଭିଂ ଲାଇସେନ୍ସ ପାଇଁ ଶାରୀରିକ ଯାଞ୍ଚ(ଫିଜିକାଲ ଟେଷ୍ଟ)କୁ ହ୍ରାସ କରିଛି । ଡ୍ରାଇଭିଂ ତାଲିମ କେନ୍ଦ୍ରଗୁଡ଼ିକରେ ହାଲୁକା ମୋଟର ଯାନ ତାଲିମ ପାଇଁ ସର୍ବନିମ୍ନ ଏକ ଏକର ଜମି ଏବଂ ଭାରୀ ମୋଟର ଯାନ ତାଲିମ ପାଇଁ ୨ ଏକର ରହିବା ଜରୁରୀ । ସ୍କୁଲଗୁଡିକରେ ଆବଶ୍ୟକୀୟ ସୁବିଧା ରହିଥିବା ଆବଶ୍ୟକ । ପ୍ରଶିକ୍ଷକମାନେ ନିଶ୍ଚିତ ଭାବରେ ଏକ ଉଚ୍ଚ ବିଦ୍ୟାଳୟର ଡିପ୍ଲୋମା, ଅତି କମରେ ୫ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ବାୟୋମେଟ୍ରିକ୍ସ ଏବଂ ଆଇଟି ସିଷ୍ଟମ ସହିତ ପରିଚିତ ହେବା ଆବଶ୍ୟକ । ହାଲୁକା ମୋଟର ଯାନ : ୪ ସପ୍ତାହ ମଧ୍ୟରେ ୨୯ ଘଣ୍ଟା ଟ୍ରେନିଂ ଦିଆଯିବ, ଯେଉଁଥିରେ ୮ ଘଣ୍ଟାର ଥିଓରି ଏବଂ ୨୧ ଘଣ୍ଟା ପ୍ରାକ୍ଟିକାଲ କରାଯିବ । ଭାରୀ ମୋଟର ଯାନ ଲାଗି  ୬ ସପ୍ତାହ ମଧ୍ୟରେ ୩୮ ଘଣ୍ଟା, ୮ ଘଣ୍ଟା ଥିଓରି ଏବଂ ୩୧ ଘଣ୍ଟା ପ୍ରାକ୍ଟିକାଲ କରାଯିବ । ତେବେ ଲାନର୍ସ ଲାଇସେନ୍ସ ପାଇଁ ୧୦୦ଟଙ୍କା ରହିଥିବା ବେଳେ ଲାନର୍ସ ଲାଇସେନ୍ସ ଟେଷ୍ଟ ପାଇଁ ୫୦ ଟଙ୍କା ରହିଛି । ଡ୍ରାଇଭିଂ ଟେଷ୍ଟ ପାଇଁ ୩୦୦ ଟଙ୍କା ରହିଥିବା ବେଳେ ଡ୍ରାଇଭିଂ ଲାଇସେନ୍ସ ୨୦୦ ଟଙ୍କା ରହିଛି । ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ଲାଇସେନ୍ସ ପାଇଁ ୧,୦୦୦ ଟଙ୍କା ଧାର୍ଯ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking