ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ଜିଲ୍ଲାପାଇଁ ଆଇଏଏସମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ.ଥିରୁମାଲା ନାଏକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ବଲାଙ୍ଗୀର, ବରଗଡ, ନୂଆପଡା ପାଇଁ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରା, ଝାରସୁଗୁଡା ଓ ସୁନ୍ଦରଗଡ ପାଇଁ ନିକୁଂଜ ବିହାରୀ ଧଳ, ମୟୁରଭଂଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର, ଶ୍ରୀକାନ୍ତ ପୃଷ୍ଟି, ଜି. ମାଥିଭାଥନଙ୍କୁ ଗଂଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ସୁରେଶ ଦଳାଇ, ଅନୁଗୁଳ, ଦେବଗଡ, ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀ, ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ଚିତ୍ରା ଅରୁମୁଗମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ପାଇଁ ଶାଶ୍ୱତ ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ର, କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର ପାଇଁ ଭି.ଭି ଯାଦବ ଓ ରସିଦ ଖାନ୍, କଟକ ସହର, ଗ୍ରାମାଂଚଳ, ନୟାଗଡ, ପୁରୀ, ଖୋର୍ଦ୍ଧା ପାଇଁ ଅନୀଲ ସାମଲ, କଟକ ସହର ଓ ଗ୍ରାମାଂଚଳ ପାଇଁ ସୁଶାନ୍ତ ମହାପାତ୍ର, ଗଜପତି ଜିଲ୍ଲା ପାଇଁ ତେମଜେନ ୱାପଙ୍ଗ ଏଓଙ୍କୁ ଦାୟିତ୍ୱ ଦିଆଯାଇଛି ।