33.1 C
Bhubaneswar
Tuesday, March 11, 2025
Homeଓଡିଶାପିଜି ଡାକ୍ତରଙ୍କ ଅବସ୍ଥାପିତ ପାଇଁ ଆସିଲା ନୂଆ ପଲିସି

ପିଜି ଡାକ୍ତରଙ୍କ ଅବସ୍ଥାପିତ ପାଇଁ ଆସିଲା ନୂଆ ପଲିସି

ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଡାକ୍ତରଙ୍କ ଅବସ୍ଥାପିତ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନୂଆ ପଲିସି ଆଣିଛି । ପିଜି ଡାକ୍ତର ନେଇଥିବା ବଣ୍ଡ୍‌ର ସର୍ତ୍ତ ଅନୁଯାୟୀ ଅନ୍‌ଲାଇନ୍ ମାଧ୍ୟମରେ ଅବସ୍ଥାପିତ ପାଇଁ କାଉନ୍‌ସିଲିଂ ହେବ । ଏ ନେଇ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ନିଟ୍ ପରୀକ୍ଷାରେ ପାଇଥିବା ସ୍କୋରକୁ ଆଧାର କରି ପିଜି ଡାକ୍ତରଙ୍କ ବଣ୍ଡ୍ ସର୍ତ୍ତ ଅନୁପାଳନ ପାଇଁ କାଉନ୍‌ସିଲିଂ କରାଯିବ । ଡାକ୍ତର ପାଇଁ ଦୁଇଟି ପୃଥକ ମେଧା ତାଲିକା ପ୍ରସ୍ତୁତ ହେବ । ଗୋଟିଏ ତାଲିକା ସିଧାସଳଖ ପିଜି ଡିଗ୍ରୀ ହାସଲ କରିଥିବା ଡାକ୍ତରଙ୍କ ପାଇଁ ଉଦ୍ଧିଷ୍ଟ ଥିବାବେଳେ ଅନ୍ୟଟି ଚାକିରିରେ ଥିବା ପିଜି ଡାକ୍ତରଙ୍କ କ୍ଷେତ୍ରରେ ରହିଛି । ଚାକିରିରେ ଥିବା ପିଜି ଡାକ୍ତରଙ୍କ ପାଇଁ ସଂଶୋଧିତ ସ୍କୋର ନିଆଯିବ ।

ସେମାନଙ୍କ ଯୋଗ୍ୟତା ଭିତ୍ତିକ ଶୃଙ୍ଖଳା ଆଚରଣ ପ୍ରତି ଅଧିକ ଧ୍ୟାନ ନିଆଯିବ । ସମସ୍ତ ପିଜି ଡାକ୍ତରଙ୍କୁ ବୋର୍ଡ ସ୍ପେସିଆଲିଟି / ସୁପର ସ୍ପେସିଆଲିଟି ଡାକ୍ତର ଭାବେ ବିବେଚିତ କରାଯିବ । ଏମାନେ ସରକାରୀ ମେଡିକାଲ କଲେଜରେ ଖାଲି ରହିଥିବା ସିନିଅର ରେସିଡେଣ୍ଟ (ଏସ୍‌ଆର) ବା ଶିକ୍ଷକ ପଦବୀରେ ନିଯୁକ୍ତିି ପାେଇବ । ମେଡିକାଲ କଲେଜରେ ନିଯୁକ୍ତିି ଥିବା ପିଜି ଡାକ୍ତରଙ୍କୁ ଉପକଣ୍ଠ ଅଞ୍ଚଳେର ଥିବା ସ୍ୱାସ୍ଥ୍ୟାନୁଷ୍ଠାନରେ ଅତି କମରେ ୬ମାସ କାର୍ଯ୍ୟ କରିବାକୁ ପଡ଼ିବ । ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ନିଦ୍ଦେର୍ଶାଳୟ ଓ ଡିଏମ୍‌ଇଟି ମେଡିକାଲ କଲେଜ ଡିନ୍ ଓ ଅଧ୍ୟକଙ୍କୁ ନିଦ୍ଦେର୍ଶ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking