26.1 C
Bhubaneswar
Wednesday, July 16, 2025
Homeଓଡିଶାସ୍ୱାସ୍ଥ୍ୟ ସେବାକୁ ନେଇ ଆସିଲା ଗାଇଡଲାଇନ୍ : ଅତ୍ୟାବଶ୍ୟକ ନଥିଲେ ହସ୍‌ପିଟାଲରେ ଆଡମିସନ ମନା

ସ୍ୱାସ୍ଥ୍ୟ ସେବାକୁ ନେଇ ଆସିଲା ଗାଇଡଲାଇନ୍ : ଅତ୍ୟାବଶ୍ୟକ ନଥିଲେ ହସ୍‌ପିଟାଲରେ ଆଡମିସନ ମନା

ଭୁବନେଶ୍ୱର: ରାଜ୍ୟର ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ନୂଆ ଗାଇଡଲାଇନ୍ । ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ଅତି ଜରୁରୀ ନଥିଲେ ଆଡମିସନକୁ ଅଗ୍ରାହ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରେ କରାଯାଇପାରୁଥିବା ଅସ୍ତ୍ରୋପଚାରକୁ ବନ୍ଦ କରାଯିବ । ଓପିଡି ଓ ଆଇପିଡି ମଧ୍ୟକୁ ଗଣମାଧ୍ୟମର ପ୍ରବେଶକୁ ବାରଣ କରାଯାଇଛି । ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ । ଅନ୍ୟମାନଙ୍କୁ ପ୍ରବେଶ ଉପରେ କଟକଣା ଲାଗିବ । ଓପିଡି ପେସେଣ୍ଟ ଲୋଡ୍ କମ୍ ପାଇଁ ଟେଲିମେଡିସିନ୍ ବ୍ୟବସ୍ଥା ପରାମର୍ଶ ସହ ଟେଲିମେଡିସିନ୍ ସେବା ପାଇଁ ୨୪ଘଣ୍ଟା କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ କମିଟି ଗଠନ କରି ଟେଲିମେଡିସିନ୍ ସେବା ଯୋଗାଇବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ । ରାଜ୍ୟର ସମସ୍ତ ମେଡିକାଲ କଲେଜ୍ ହସ୍ପିଟାଲ ସହ କ୍ୟାପିଟାଲ ହସ୍ପିଟାଲ୍‌, ଆର୍‌ଏଚ୍‌ଜି ରାଉରକେଲା, ସବୁ ଜିଲ୍ଲାର ମୁଖ୍ୟ ମେଡିକାଲ ଓ ପିଏଚ୍‌ଓ ପାଇଁ ଏହି ଗାଇଡଲାଇନ୍ ଜାରି କରାଯାଇଛି।
ଗାଇଡଲାଇନ୍ ଅନୁସାରେ କରୋନା ନିୟମ ପାଳନ କରାଯିବାକୁ କୁହାଯାଇଛି । ଆବଶ୍ୟକ ନଥିଲେ ରୋଗୀଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରା ନ ଗଲେ । ଇଣ୍ଡୋର ଚିକିତ୍ସା ସମୟରେ ରୋଗୀଙ୍କ ସହିତ ଜଣେ ଆଟେଣ୍ଡାଣ୍ଟ ରହିପାରିବେ । ସେହିପରି ଓପିଡିରେ ଆବଶ୍ୟକତା ନଥିଲେ ରୋଗୀଙ୍କୁ ବାରମ୍ବାର ଆସିବାକୁ ମେଡିକାଲ ଅଧିକାରୀ ମନା କରିପାରିବେ । କରୋନା କଟକଣା ମଧ୍ୟରେ ଜରୁରୀ ଅସ୍ତ୍ରୋପଚାର ହୋଇପାରିବ । ଅନ୍ୟ ବିକଳ୍ପ ଅସ୍ତ୍ରୋପଚାର ଗୁଡ଼ିକ ସ୍ଥଗିତ ରଖାଯାଇପାରିବ । ସାମାଜିକ ଦୂରତା ରକ୍ଷା କରିବା ପାଇଁ ହସ୍‌ପିଟାଲ ଗୁଡ଼ିକରେ ଡିଡିସି କାଉଣ୍ଟର ଅଧିକ ଖୋଲାଯିବ । ପୂର୍ବ ଗାଇଡଲାଇନ୍ ଅନୁସାରେ ଉତ୍ସର୍ଗୀକୃତ ଜ୍ୱର କ୍ଲିନିକ୍‌, ଆଇସୋଲେସନ୍ ୱାର୍ଡ ଓ ଟେଷ୍ଟିଂ ସବୁଧା ରହିବ । ପୂର୍ବ ଗାଇଡ୍‌ଲାଇନ୍ ଅନୁସାରେ ଟେଲିମେଡିସିନ୍ ସେବା ପୁଣି ଆରମ୍ଭ ହେବ । ସ୍ଥାନୀୟ ଅଞ୍ଚଳର ପରିସ୍ଥିତିକୁ ଦେଖି ହସ୍‌ପିଟାଲ କର୍ତ୍ତୃପକ୍ଷ ସାମାଜିକ ଦୂରତା ନେଇ ପଦକ୍ଷେପ ଗ୍ରହଣ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking