32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବିଶ୍ୱରେ ଆଉ ୬,୭୯,୩୫୯ କରୋନା ସଂକ୍ରମିତ

ବିଶ୍ୱରେ ଆଉ ୬,୭୯,୩୫୯ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୭୯ହଜାର ୩୫୯ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୨୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୪୩ହଜାର ୩୮୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୩ହଜାର ୯୨୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୮୧ଲକ୍ଷ ୭୫ହଜାର ୫୨ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୪ଲକ୍ଷ ୬୪ହଜାର ୪୦୮ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୮୦ଲକ୍ଷ ୬୫ହଜାର ୮୬୬ ସଂକ୍ରମିତ ଓ ୬ଲକ୍ଷ ୪୧ହଜାର ୩୧୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୪ ଲକ୍ଷ ୫୭ହଜାର ୮୯୭ ସଂକ୍ରମିତ ଓ ୫ଲକ୍ଷ ୭୧ ହଜାର ୬୬୨ମୃତ, ଋଷିଆରେ ୬୬ ଲକ୍ଷ ୬୩ ହଜାର ୪୭୩ ସଂକ୍ରମିତ ଓ ୧ଲକ୍ଷ ୭୨ ହଜାର ୯୦୯ ମୃତ, ଫ୍ରାନ୍ସରେ ୬୫ ଲକ୍ଷ ୩୩ ହଜାର ୩୮୩ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୯୭୬ ମୃତ, ୟୁକେରେ ୬୩ ଲକ୍ଷ ୫୫ ହଜାର ୮୮୭ ସଂକ୍ରମିତ ଓ ୧ ଲକ୍ଷ ୩୧ ହଜାର ୨୬୦ ମୃତ, ତୁର୍କୀରେ ୬୧ ଲକ୍ଷ ୩୮ହଜାର ୪୫୩ ସଂକ୍ରମିତ ଓ ୫୩ ହଜାର ୬୭୫ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୬ ହଜାର ୨୦୭ ସଂକ୍ରମିତ ଓ ୧ ଲକ୍ଷ ୯ ହଜାର ୬୫୨ମୃତ, କଲୋମ୍ବିଆରେ ୪୮ ଲକ୍ଷ ୭୭ ହଜାର ୩୨୩ ସଂକ୍ରମିତ ଓ ୧ ଲକ୍ଷ ୨୩ ହଜାର ୭୮୧ମୃତ, ସ୍ପେନରେ ୪୭ ଲକ୍ଷ ୪୫ ହଜାର ୫୫୮ ସଂକ୍ରମିତ ଓ ୮୨ ହଜାର ୮୮୩ ମୃତ, ଇରାନରେ ୪୫ ଲକ୍ଷ ୫୬ ହଜାର ୪୧୭ ସଂକ୍ରମିତ ଓ ୯୯ ହଜାର ୬୯୧ମୃତ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking