29.1 C
Bhubaneswar
Saturday, May 4, 2024
Homeକରୋନାବିଶ୍ୱରେ ଆଉ ୪,୮୦,୬୨୦ ସଂକ୍ରମିତ

ବିଶ୍ୱରେ ଆଉ ୪,୮୦,୬୨୦ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୮୦ହଜାର ୬୨୦ ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୧୭୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୭୮ଲକ୍ଷ ୧ହଜାର ୮୫୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୨୨ହଜାର ୧୯୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୪୬ଲକ୍ଷ ୯୩ହଜାର ୧୧୧ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୫ଲକ୍ଷ ୮୬ହଜାର ୫୪୪ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୯୮ଲକ୍ଷ ୮୬ହଜାର ୮୧୪ ସଂକ୍ରମିତ ଓ ୬ଲକ୍ଷ ୫୫ହଜାର ୭୦୭ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୭ ଲକ୍ଷ ୫୨ହଜାର ୨୮୧ ସଂକ୍ରମିତ ଓ ୫ଲକ୍ଷ ୭୯ ହଜାର ୬୪୩ମୃତ, ଋଷିଆରେ ୬୯ ଲକ୍ଷ ୧ ହଜାର ୧୫୨ ସଂକ୍ରମିତ ଓ ୧ଲକ୍ଷ ୮୨ ହଜାର ୪୨୯ ମୃତ, ୟୁକେରେ ୬୭ ଲକ୍ଷ ୫୭ ହଜାର ୬୫୦ ସଂକ୍ରମିତ ଓ ୧ ଲକ୍ଷ ୩୨ ହଜାର ୪୮୫ ମୃତ, ଫ୍ରାନ୍ସରେ ୬୭ ଲକ୍ଷ ୪୬ ହଜାର ୨୮୩ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୩୦୮ ମୃତ, ତୁର୍କୀରେ ୬୩ ଲକ୍ଷ ୬୬ହଜାର ୪୩୮ ସଂକ୍ରମିତ ଓ ୫୬ ହଜାର ୪୫୮ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୭୮ ହଜାର ୮୮୯ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୬୦୭ମୃତ, ଇରାନରେ ୪୯ ଲକ୍ଷ ୬୦ ହଜାର ୭୪୪ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୧୫୧ମୃତ, କଲୋମ୍ବିଆରେ ୪୯ ଲକ୍ଷ ୭ ହଜାର ୨୬୪ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୮୮୩ମୃତ, ସ୍ପେନରେ ୪୮ ଲକ୍ଷ ୪୭ ହଜାର ୨୯୮ ସଂକ୍ରମିତ ଓ ୮୪ ହଜାର ୧୪୬ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking