30.1 C
Bhubaneswar
Wednesday, April 24, 2024
Homeଓଡିଶାଗତ ୭ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ରହିଛି ସ୍ଥିର

ଗତ ୭ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ରହିଛି ସ୍ଥିର

ନୂଆଦିଲ୍ଲୀ : ଆଜି ଅଗଷ୍ଟ ମାସର ଶେଷ ଦିନ । କିନ୍ତୁ ପେଟ୍ରୋଲ ଏବଂ ଡିଜେଲ୍‌ ଦର ଗତ ୭ ଦିନ ହେବ ସ୍ଥିର ରହିଛି । ଗତ ୨୪ ଅଗଷ୍ଟରେ ୧୫ ପଇସା ହ୍ରାସ ସହ ଏବେ ଯାଏଁ ପେଟ୍ରୋଲ ଏବଂ ଡିଜେଲ୍‌ ଦାମ ସ୍ଥିର ରହିଛି । ଏହା ପୂର୍ବରୁ ୧୭ ଜୁଲାଇରୁ ୨୧ ଅଗଷ୍ଟ ଅର୍ଥାତ ୩୫ ଦିନ ଯାଏଁ ପେଟ୍ରୋଲ୍‌ ଦାମରେ କୌଣସି ପରିବର୍ତ୍ତନ ହୋଇଥିଲା । ୨୨ ଅଗଷ୍ଟରେ ୨୦ ପଇସା କମିଥିଲା ପେଟ୍ରୋଲ।

ଭାରତରେ ପେଟ୍ରୋଲ ଏବଂ ଡିଜେଲ୍‌ ଦାମ ସରକାର ସ୍ଥିର କରୁନଥିବା ବେଳେ ଏହା ଅନ୍ତର୍ଜାତୀୟ ବଜାରରେ କଞ୍ଚା ତୈଳର (କ୍ରୁଡ୍‌ ଅଏଲ୍‌) ଚାହିଦା ଉପରେ ନିର୍ଭର କରେ। ଗ୍ଲୋବାଲ ମାର୍କେଟରେ ୪ ମାସରେ କ୍ରୁଡ୍‌ ଅଏଲ୍‌ର ୬୬ ଡଲାର ପ୍ରତି ବାରେଲ୍‌ ହୋଇଯାଇଥିଲା । ତଥାପି ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦାମରେ ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ଏବେ ଏହି ଦାମ ୭୩ ଡଲାର ପ୍ରତି ବାରେଲ୍‌ରେ ପହଞ୍ଚିଯାଇଛି। ଏମିତିରେ ଏବେ ତୈଳ ଦର କମିବା ଆଶା କ୍ଷୀଣ। ଅଗଷ୍ଟରେ ପେଟ୍ରୋଲ ଦାମ୍‌ କେବଳ ୩୫ ପଇସା କମିଛି। କିନ୍ତୁ ଡିଜେଲ୍‌ ଲିଟର ପିଛା ୯୫ ପଇସା କମିଛି। ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଲିଟର ପ୍ରତି ଦାମ ରହିଛି ୧୦୧.୪୯ ଟଙ୍କା ଏବଂ ଡିଜେଲ୍‌ ଦାମ ୮୮.୯୨ ଟଙ୍କା। ମୁମ୍ବାଇରେ ପେଟ୍ରୋଲ୍‌ ଦାମ ୧୦୭.୫୨ ଟଙ୍କା ଏବଂ ଡିଜେଲ୍‌ ପ୍ରାଇସ୍‌ ୯୬.୪୮ ଟଙ୍କା ପ୍ରତି ଲିଟର ରହିଛି ।

ଭୁବନେଶ୍ୱରରେ ପେଟ୍ରୋଲ୍‌ ୧୦୨.୩୨ ଟଙ୍କା ଓ ଡିଜେଲ୍‌ ୯୬.୯୨ ଟଙ୍କା, ନୂଆଦିଲ୍ଲୀରେ ପେଟ୍ରୋଲ୍‌ ୧୦୧.୪୯ ଟଙ୍କା ଓ ଡିଜେଲ୍‌ ୮୮.୯୨, ମୁମ୍ବାଇରେ ପେଟ୍ରୋଲ୍‌ ୧୦୭.୫୨ ଟଙ୍କା ଓ ଡିଜେଲ୍‌ ୯୬.୪୮, କୋଲକାତାରେ ପେଟ୍ରୋଲ୍‌ ୧୦୧.୮୨ ଟଙ୍କା ଓ ଡିଜେଲ୍‌ ୯୧.୯୮, ଚେନ୍ନାଇରେ ପେଟ୍ରୋଲ୍‌ ୯୯.୨୦ ଟଙ୍କା ଓ ଡିଜେଲ୍‌ ୯୩.୫୨ ଦର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking