32.1 C
Bhubaneswar
Thursday, June 20, 2024
Homeଓଡିଶାଚବିଶ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ; ପୂର୍ବାହ୍ନରେ ନାଁ ଘୋଷଣା, ଅପରାହ୍ନରେ ଶପଥ

ଚବିଶ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ; ପୂର୍ବାହ୍ନରେ ନାଁ ଘୋଷଣା, ଅପରାହ୍ନରେ ଶପଥ

ଭୁବନେଶ୍ୱର: ପୂର୍ବାହ୍ନରେ ନାଁ ଘୋଷଣା, ଅପରାହ୍ନରେ ଶପଥ । ଅର୍ଥାତ ୧୦ରେ ବିଜେପି ବିଧାୟକ ଦଳ ବୈଠକ ପରେ ନୂଆ ମୁୁଖ୍ୟମନ୍ତ୍ରୀଙ୍କ ନାମ ସାର୍ବଜନୀନ ହେବ । ଫଳରେ ଚବିଶ ବର୍ଷର ବିଜେଡି ଶାସନ ପରେ ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ ।
ନୂଆଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଏ ଯାଏଁ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ନିଷ୍ପତ୍ତି ହୋଇନାହିଁ । ପାର୍ଲାମେଣ୍ଟାରୀ ପାର୍ଟି ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଚୁଡ଼ାନ୍ତ ହେବ । ତେବେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ଏଥିରେ ସନ୍ଦେହ ନାହିଁ । ତେଣୁ ଆଗାମୀ ସୋମବାର ଦିନ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଦଳର ପ୍ରଭାରୀ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ । ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ ।
ତେଣୁ ଜନତା ମଇଦାନରେ ଏବେ ଚଳଚଞ୍ଚଳ । ଶୁଭ ସମୟ ଦେଖି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ଏବଂ ତାଙ୍କ ସହ କେତେ ଜଣ ଓ କେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ତାହା ସ୍ପଷ୍ଟ ହୋଇନାହିଁ । ଶପଥୋତ୍ସବ ପାଇଁ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି କରାଯିବାର ବ୍ୟବସ୍ଥା ହୋଇଛି । ଅତିଥି, ନିର୍ବାଚିତ ସାଂସଦ ଓ ବିଧାୟକ ଏବଂ ଲକ୍ଷେ ଲୋକ ବସିବା ସ୍ଥାନ ଚୂଡ଼ାନ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ଦେଶରୁ ଏନ୍‌ଡିଏ ଶାସିତ ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ମହାଆଡ଼ମ୍ବରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ।
ଉଲ୍ଲେଖନୀୟ ଯେ, ଗତ ଜୁନ ୪ରେ ଭୋଟ୍ ଗଣନା ପରେ ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଥିଲା ବିଜେପି । ଓଡ଼ିଶାର ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ହାତେଇଥିବାବେଳେ ୫୦ ଆସନରେ ବିଜେଡି, କଂଗ୍ରେସ ୧୪, ସ୍ୱାଧୀନ ୩ ଓ ସିପିଆଇଏମ୍ ୧ ଆସନକୁ ଅକ୍ତଆର କରିଛନ୍ତି । ପରେ ଧର୍ମଶାଳା ବିଧାନସଭା ଆସନରୁ ସ୍ୱାଧୀନ ସଭ୍ୟ ହିମାଂଶୁ ଶେଖର ସାହୁ ଯୋଗଦାନ ଯୋଗୁଁ ବିଜେପିରେ ମୋଟ୍ ବିଜୟୀ ସଭ୍ୟ ସଂଖ୍ୟା ୭୯ ହୋଇଛି । ସ୍ୱାଧୀନ ସଭ୍ୟ ସଂଖ୍ୟା ୩ରୁ ହ୍ରାସ ପାଇ ୨ରେ ପହଞ୍ଚିଛନ୍ତି । ଯେଉଁମାନେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ସେମାନଙ୍କ ନାଁ ବି ଚର୍ଚ୍ଚାର ପ୍ରମୁଖ ସ୍ଥାନ ନେଇଛି ।  ସେମାନେ ହେଉଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ସିଏଜି ଗିରିଶ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ବିଧାୟକ ତଥା ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ସୂର୍ଯ୍ୟବଂଶୀ ସୁରଜଙ୍କ ନାମ ଚର୍ଚ୍ଚାରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking