21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଭାରତ ପାଇଁ ନୂଆ ଚ୍ୟାଲେଞ୍ଜ; ରୋହିଙ୍ଗ୍ୟା ଆତଙ୍କୀଙ୍କୁ ତାଲିମ୍ ଦେଉଛି ବାଂଲାଦେଶ

ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ; ରୋହିଙ୍ଗ୍ୟା ଆତଙ୍କୀଙ୍କୁ ତାଲିମ୍ ଦେଉଛି ବାଂଲାଦେଶ

ଢ଼ାକା: ବାଂଲାଦେଶରେ ବସବାସ କରୁଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଆତଙ୍କବାଦୀ ତାଲିମ ଦିଆଯାଉଥିବା ନେଇ ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିଛି। ଏହା ଭାରତ ପାଇଁ ଏକ ବଡ ଚ୍ୟାଲେଞ୍ଜ୍ ରୂପେ ଉଭା ହୋଇଛି। ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ପରେ ସେମାନଙ୍କୁ ଏବେ ମିଆଁମାରରେ ଚାଲିଥିବା ଗୃହଯୁଦ୍ଧରେ ସାମିଲ ହେବାକୁ ପଠାଯାଉଥିବା ବେଳେ ଭାରତରେ ମଧ୍ୟ ଅସ୍ଥିରତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମାନଙ୍କୁ ପଠାଇବାକୁ ଯୋଜନା କରାଯାଉଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଗୁଇନ୍ଦା ରିପୋର୍ଟ ଏହାମଧ୍ୟ ଦର୍ଶାଇଛି ଯେ, ବାଂଲାଦେଶ ଏସବୁ ପାକିସ୍ତାନ ସହାୟତାରେ କରୁଛି। ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ରୋହିଙ୍ଗ୍ୟାଙ୍କୁ ତାଲିମ୍ ଦିଆଯାଇସାରିଥିବା ବେଳେ ଏଥିପାଇଁ ସାଉଦି ଆରବ ଓ ମାଲେସିଆ ମାଧ୍ୟମରେ ୨.୮ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି। ତେବେ ବାଂଲାଦେଶର ଏପ୍ରକାର ବିପଜ୍ଜନକ କାର୍ଯ୍ୟ ଆଞ୍ଚଳିକ ଶାନ୍ତିକୁ ଭଣ୍ଡୁର କରିପାରେ ଏବଂ ଭାରତର ନିରାପତ୍ତା ଚିନ୍ତା ବଢ଼ାଇପାରେ ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ବାଂଲାଦେଶ ଏକ ନିଷ୍ପତ୍ତି ନେଇଛି ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ସଂଯୋଗରେ ବାଧା ସୃଷ୍ଟି କରିପାରେ। ବାଂଲାଦେଶର ୟୁନୁସ୍ ସରକାର ବ୍ୟାଣ୍ଡୱିଡଥ୍ ଟ୍ରାନଜିଟ ସୁବିଧା ସମ୍ପର୍କରେ ଭାରତ ସହିତ ସ୍ୱାକ୍ଷର କରିଥିବା ଚୁକ୍ତିନାମାକୁ ବାତିଲ କରିଦେଇଛନ୍ତି।ବାଂଲାଦେଶର ଇଣ୍ଟରନେଟ୍ ରେଗୁଲେଟର ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ବ୍ୟାଣ୍ଡୱିଡଥ୍ ଯୋଗାଣ ପାଇଁ ଏକ ଟ୍ରାଞ୍ଜିଟ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବାକୁ ଥିବା ଯୋଜନାକୁ ରଦ୍ଦ କରିଛି, ଯାହା ଆଞ୍ଚଳିକ ଇଣ୍ଟରନେଟ୍ ହବ୍ ହେବାର କ୍ଷମତାକୁ ବାଧା ଦେଇପାରେ ବୋଲି ଡେଲି ଷ୍ଟାର ରିପୋର୍ଟ କରିଛି। ପ୍ରକାଶ, ଶେଖ୍ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିବା ବେଳେ ଭାରତ ଏହାର ଉତ୍ତର ପୂର୍ବ ରାଜ୍ୟ ପାଇଁ ବାଂଲାଦେଶରୁ ଇଣ୍ଟରନେଟ୍ ସେବା ପାଇଁ ସହାୟତା ଲୋଡିଥିଲା। ଏହା ଅଧୀନରେ, ଭାରତ-ବାଂଲାଦେଶ ସୀମାରେ ଇଣ୍ଟରନେଟ୍ ସର୍କିଟ୍ ସ୍ଥାପନ କରି ଡାଟା ଟ୍ରାନ୍ସମିସନ୍ ପାଇଁ ଏକ ଟ୍ରାଞ୍ଜିଟ୍ ଲିଙ୍କ୍ ସୃଷ୍ଟି କରାଯାଉଥିଲା। ଏନେଇ ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। କିନ୍ତୁ ଏବେ ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ଭାରତ ସହ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏପରି ସମୟରେ ବାଂଲାଦେଶ ସରକାରଙ୍କ ଇଣ୍ଟରନେଟ୍ ସେବା ଯୋଗାଣ ଦିଗରେ ଏକ ଅଯୌକ୍ତିକ ନିଷ୍ପତ୍ତି ନେଇଛନ୍ତି। ଭାରତ ପାିଁ ଏହା ଅନ୍ୟତମ ବଡ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି।

ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ନୁହନ୍ତି ମହମ୍ମଦ ୟୁନୁସ!
ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ମୁଖ୍ୟ ପଦବୀ ଅକ୍ତିଆର କରିଥିବା ମହମ୍ମଦ ୟୁନୁସଙ୍କୁ ଦିଆଯାଇଥିବା ନୋବେଲ ପୁରସ୍କାର ପ୍ରତ୍ୟାହାର ସମ୍ପର୍କରେ ବିଜେପି ସାଂସଦ ଜ୍ୟୋତିର୍ମୟ ମହତୋ ନୋବେଲ କମିଟିକୁ ଏକ ଚିଠି ଲେଖିଛନ୍ତି। ରବିବାର ସେ ଲେଖିଥିବା ଏହି ଚିଠିରେ ଦର୍ଶାଇଛନ୍ତି ଯେ, ମହମ୍ମଦ ୟୁନୁସ ନୋବେଲ ଶାନ୍ତି ଭଳି ବିଶ୍ୱସ୍ତରୀୟ ସମ୍ମାନ ପାଇବାକୁ ଆଦୌ ଯୋଗ୍ୟ ନୁହଁନ୍ତି। ଯେଉଁ ସମୟରେ ନୋବେଲ ଶାନ୍ତି କମିଟି ତାଙ୍କୁ ନୋବେଲ ସମ୍ମାନରେ ସମ୍ମାନିତ କରିଥିଲା ସେତେବେଳେ ହୁଏତ ତାଙ୍କ ଆଚରଣ ଏବଂ କାର୍ଯ୍ୟଧାରା ବିଶ୍ୱ ଶାନ୍ତି ଦିଗରେ ପ୍ରଯୁଜ୍ୟ ରହିଥିଲା। କିନ୍ତୁ ନୋବେଲ ଶାନ୍ତି ପୁରସ୍କାର ପାଇବା ପରେ ମହମ୍ମଦ ୟୁନୁସଙ୍କ କାର୍ଯ୍ୟରେ ଦେଖାଯାଇଥିବା ପରିବର୍ତ୍ତନକୁ ଏବେ ନୋବେଲ୍ କମିଟି ପୁନର୍ବିଚାର ବିଚାର କରିବା ଆବଶ୍ୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking