27.6 C
Bhubaneswar
Friday, June 6, 2025
Homeଦେଶ ବିଦେଶଆସାମ ବିଧାନସଭାର ନୂଆ ଭବନ ପ୍ରସ୍ତୁତ; ୩୦ରେ ଉଦ୍‌ଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଆସାମ ବିଧାନସଭାର ନୂଆ ଭବନ ପ୍ରସ୍ତୁତ; ୩୦ରେ ଉଦ୍‌ଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଗୁଆହାଟୀ: ଆସାମର ନୂଆ ବିଧାନସଭା ଭବନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଜୁଲାଇ ୩୦ ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହାର ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା ଏବଂ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ଙ୍କ ସମେତ ସମସ୍ତ ପୂର୍ବତନ ଏବଂ ବର୍ତ୍ତମାନର ସାଂସଦ ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ । ଆସାମ ବିଧାନସଭାର ଉପ-ବାଚସ୍ପତି ନୁମାଲ୍ ମୋମିନ୍ ଏହି ସୂଚନା ଦେଇଛନ୍ତି ।

ମୋମିନ୍ କହିଛନ୍ତି, ଅତ୍ୟାଧୁନିକ ନୂଆ ବିଧାନସଭା ଭବନରେ ନୂଆ ଫିଚର୍ ରହିବ । ପରବର୍ତ୍ତୀ ବିଧାନସଭା ଅଭିବେଶନ ଏହି ଭବନରେ ହେବା ସହିତ ଅତିଶୀଘ୍ର ଇ-ବିଧାନସଭା ପାଇଁ ପ୍ରସ୍ତୁତି ଚାଲିଥିବା ମୋମିନ୍ କହିଛନ୍ତି । ସୂଚନାଯୋଗ୍ୟ, ଏହି ନୂଆ ଭବନର ନିର୍ମାଣ କାର୍ଯ୍ୟ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିଲା । ତେବେ ବିଜେପି ସରକାର ଆସିବା ପରେ ଏହାକୁ ନୂଆ ରୂପ ଦେଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲା । ଏହାର ଉଦ୍‌ଘାଟନ ପୂର୍ବରୁ ରେଷ୍ଟ୍ ହାଉସ୍ ଏବଂ ଅନ୍ୟ ବିଲ୍ଡିଂଗୁଡ଼ିକ ଭଙ୍ଗାଯିବା । ଏହି ଆବାସଗୁଡ଼ିକୁ ଖାଲି କରିବା ପାଇଁ ବିଧାୟକଙ୍କୁ କୁହାଯାଇଛି । ଏହି ସ୍ଥାନରେ ୧୦ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ କରାଯିବ । ନୂଆ ବିଲ୍ଡିଂ ନିର୍ମାଣ ପର୍ଯ୍ୟନ୍ତ ବିଧାୟକମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆବାସିକ ଭତ୍ତା ପ୍ରଦାନ କରାଯିବ ବୋଲି ମୋମିନ୍ କହିଛନ୍ତି । ଆସାମ ବିଧାନସଭାରେ ୧୨୬ ଆସନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking