31.1 C
Bhubaneswar
Sunday, May 19, 2024
Homeଖେଳଆଜି ନିଉଜିଲାଣ୍ଡକୁ ଭେଟିବ ନେଦରଲ୍ୟାଣ୍ଡ

ଆଜି ନିଉଜିଲାଣ୍ଡକୁ ଭେଟିବ ନେଦରଲ୍ୟାଣ୍ଡ

ବ୍ୟୁରୋ : ଆଜି ବିଶ୍ୱକପର ୬ ନମ୍ବର ମ୍ୟାଚ୍ । ଆଜି ନିଉଜିଲାଣ୍ଡକୁ ଭେଟିବ ନେଦରଲ୍ୟାଣ୍ଡ । ଦୁଇ ଦଳକୁ ଦେଖିବାକୁଗଲେ  ନିଉଜିଲାଣ୍ଡ, ନେଦରଲ୍ୟାଣ୍ଡ ଉପରେ ଭାରି ପଡିପାରେ । କିନ୍ତୁ କ୍ରିକେଟରେ କିଛିବି କହିବା ଅସମ୍ଭବ, ତେଣୁ କେଉଁ ଦଳ ଜିତିବ ତାହା ଖେଳ ଶେଷ ହେଲା ପରେ ହିଁ ଜଣାପଡିବ । ନିଉଜିଲାଣ୍ଡର ଅଭିଜ୍ଞତା ନେଦରଲ୍ୟାଣ୍ଡ ଉପରେ ଭାରି ପଡିପାରେ । ସେହିଭଳି ନିଉଜିଲାଣ୍ଡର ଓପନର ଡ଼େଭନ କନୱେ ମଧ୍ୟ ଭଲ ଫର୍ମରେ ଅଛନ୍ତି, ବିଶ୍ୱକପର ପ୍ରଥମ ମ୍ୟାଚରେ ୧୫୨ ରନ କରି ଅପରାଜିତ ରହି ଟିମ୍କୁ ଜିତାଇଥିଲେ । ସେହିଭଳି ଅଲରାଉଣ୍ଡର ରଚିନ ରବୀନ୍ଦ୍ର ମଧ୍ୟ ୧୨୩ ରନ କରି ମ୍ୟାନ ଅଫ ଡ଼ ମ୍ୟାଚ ହୋଇଥିଲେ । ବ୍ୟାଟିଙ୍ଗରେ ଭଲ ଫର୍ମରେ ଥିବା ନିଉଜିଲାଣ୍ଡ ନେଦରଲ୍ୟାଣ୍ଡକୁ ଧରାଶାୟୀ କରିପାରେ । କିନ୍ତୁ ବଡ କଥା ହଉଛି ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଖେଳିବାକୁ ନେଦରଲ୍ୟାଣ୍ଡକୁ ଅସୁବିଧା ହୋଇପାରେ । ଇଂଲଣ୍ଡ ବିପକ୍ଷରେ ବିଶ୍ୱକପର ପ୍ରଥମ ମ୍ୟାଚ୍ ନିଉଜିଲାଣ୍ଡ ଜିତିସାରିଥିବା ବେଳେ ନେଦରଲ୍ୟାଣ୍ଡ ପାକିସ୍ତାନଠୁ ହାରିସାରିଛି । ନେଦରଲ୍ୟାଣ୍ଡ ଆଜିର ମ୍ୟାଚ ଜିତି ପ୍ରଥମ ମ୍ୟାଚ ଜିତିବାକୁ ଚେଷ୍ଟା କରୁଥିବାବେଳେ ନିଉଜିଲାଣ୍ଡ ଦ୍ଵିତୀୟ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking