30.1 C
Bhubaneswar
Sunday, June 30, 2024
Homeଓଡିଶାକଟକ ସହରକୁ ନୂଆ ପରିଚୟ ଦେବ ନେତାଜୀ ବସ ଟର୍ମିନାଲ, କାଲି ହେବ ଉଦଘାଟନ

କଟକ ସହରକୁ ନୂଆ ପରିଚୟ ଦେବ ନେତାଜୀ ବସ ଟର୍ମିନାଲ, କାଲି ହେବ ଉଦଘାଟନ

କଟକ : କାଲି କଟକ ସହରରେ ଉଦଘାଟନ ହେବ କଟକ ନେତାଜୀ ବସ ଟର୍ମିନାଲ। ଏନେଇ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ବସ ଟର୍ମିନାଲ ପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି। ଏହି ବସ ଟର୍ମିନାଲକୁ ସ୍ଥାନାନ୍ତରିତ ହେବ କଟକର ବାଦାମବାଡ଼ି, ଅନୁଗୁଳ, ପୁରୀ ଆଦି ସମସ୍ତ ବସ ଷ୍ଟାଣ୍ଡ। ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି ଏହି ବସ ଟର୍ମିନାଳରେ। ଅଗାମୀ ଦିନରେ ଏହି ଟର୍ମିନାଲ ସାରା ରାଜ୍ୟ ପାଇଁ ଏକ ଉଦାହରଣ ପାଳଟିବାକୁ ଯାଉଛି। ବସ ଟର୍ମିନାଲର ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଛି ଏଠାକାର ଆହାର କେନ୍ଦ୍ର। ପଞ୍ଚ ତାରକା ରେଷ୍ଟୁରାଣ୍ଟର ଭ୍ରମ ସୃଷ୍ଟି କରୁଛି ଏହି ଏହାର କେନ୍ଦ୍ର। ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି ମିଶନ ଶକ୍ତି ମହିଳା ମାନେ। ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଉପଲବ୍ଧ ହେବ ଏହି ଆହାର କେନ୍ଦ୍ରରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking