28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶନେଷ୍ଟଲିର ୬୦ ପ୍ରତିଶତ ପ୍ରଡକ୍ଟ ଅସ୍ୱାସ୍ଥ୍ୟକର

ନେଷ୍ଟଲିର ୬୦ ପ୍ରତିଶତ ପ୍ରଡକ୍ଟ ଅସ୍ୱାସ୍ଥ୍ୟକର

ନୂଆଦିଲ୍ଲୀ: ନେଷ୍ଟଲିର ମ୍ୟାଗି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଖବର ରହିଛି ଯେ, ନେଷ୍ଟଲିର ୬୦ ପ୍ରତିଶତ ପ୍ରଡକ୍ଟ ସ୍ୱାସ୍ଥ୍ୟକର ନୁହେଁ । ଅର୍ଥାତ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏବି ଅଭିଯୋଗ  ନା ବାବା ରାମଦେବ ନା କୌଣସି ପ୍ରତିଯୋଗୀ ନା କୌଣସି ଫୁଡ ରେଗୁଲେଟର ଲଗାଇଛନ୍ତି ବରଂ ଏହି ଖୁଲାସା ଦୁନିଆର ସବୁଠୁ ବଡ ଫୁଡ ଆଣ୍ଡ ଡ୍ରିଙ୍କ କମ୍ପାନୀ ମଧ୍ୟରେ ପ୍ରସିଦ୍ଧ ନେଷ୍ଟଲି ନିଜ ରିପୋର୍ଟରେ ନିଜେ କରିଛି । ନେଷ୍ଟଲି ସ୍ୱୀକାର କରିଛି ଯେ, ତାର ୬୦ ପ୍ରତିଶତ ପ୍ରଡକ୍ଟ ହେଲଦି କ୍ୟାଟେଗୋରୀରେ ନାହିଁ । କମ୍ପାନୀ ଏବେ ନିଜ ପ୍ରଡକ୍ଟରେ ନ୍ୟୁଟ୍ରିସନ ଭାଲ୍ୟୁ ବୃଦ୍ଧି କରିବା ପାଇଁ ନୂଆ ରଣନୀତି ଉପରେ କାମ କରୁଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ନେଷ୍ଟଲେ ଏକଥା ସ୍ୱୀକାର କରିଛି ଯେ, ତାର ୬୦ ପ୍ରତିଶତରୁ ଅଧିକ ମେନଷ୍ଟ୍ରିମ ପ୍ରଡକ୍ଟ ସ୍ୱାସ୍ଥ୍ୟର ସ୍ୱୀକୃତ ପରିଭାଷାକୁ ସଂପୂର୍ଣ୍ଣ କରେନାହିଁ । ରିପୋର୍ଟରେ ଦର୍ଶାଯାଇଛି ଯେ ଅଷ୍ଟ୍ରେଲିଆର ହେଲଥ ଷ୍ଟାର ରେଟିଂ ସିଷ୍ଟମରେ କେବଳ 37% ନେଷ୍ଟଲେ ଖାଦ୍ୟ ଏବଂ ପାନୀୟଜାତ ଦ୍ରବ୍ୟ, ପଶୁ ଖାଦ୍ୟ ଏବଂ ଚିକିତ୍ସା ପୁଷ୍ଟିକର ଖାଦ୍ୟକୁ ବାଦ ଦେଇ 5 ରୁ 3.5 ରୁ ଅଧିକ ରେଟିଂ ପାଇବାରେ ସଫଳ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking