28.1 C
Bhubaneswar
Saturday, June 14, 2025
Homeଅପରାଧକୋର୍ଟରେ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା

କୋର୍ଟରେ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼ : କୋର୍ଟରେ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା । ପଞ୍ଜାବର ଜଣେ ପୂର୍ବତନ ପୁଲିସ ଅଧିକାରୀ କୋର୍ଟରେ ତାଙ୍କ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଜ୍ୱାଇଁ ହରପ୍ରୀତ ସିଂ । ସେ କୃଷି ବିଭାଗରେ ଆଇଆରଏସ ଥିଲେ ବୋଲି ଜଣା ପଡ଼ିଛି । ଅଭିଯୁକ୍ତ ମଲବିନ୍ଦର ସିଂଙ୍କୁ ପୁଲିସ ଗିରଫ କରିଛି । ପୂର୍ବତନ ପୁଲିସ ଏଆଇଜି ମଲବିନ୍ଦର ସିଂ ଏବଂ ଜ୍ୱାଇଁ ହରପ୍ରୀତ ସିଂ ବିବାହ ବିବାଦ ମାମଲାରେ ଚଣ୍ଡିଗଡ଼ ଫ୍ୟାମିଲି କୋର୍ଟକୁ ଆସିଥିଲେ। କୋର୍ଟରେ ଉଭୟ ପକ୍ଷର ଶୁଣାଣି ଚାଲିଥିଲା । ଏହି ସମୟରେ ମଲବିନ୍ଦର ସିଂ ବାଥରୁମକୁ ଯିବାକୁ କହିଥିଲେ ଏବଂ ଜ୍ୱାଇଁ ହରପ୍ରୀତ କହିଥିଲେ ଯେ ମୁଁ ରାସ୍ତା ଦେଖାଇ ଦେବି । ଦୁହେଁ କୋର୍ଟ ରୁମରୁ ବାହାରକୁ ଚାଲିଯାଇଥିଲେ । ମଲବିନ୍ଦର ହରପ୍ରୀତଙ୍କ ଉପରକୁ ନିଜ ବନ୍ଧୁକରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରୁ ଦୁଇଟି ଜ୍ୱାଇଁର ଦେହରେ ବାଜିଥିବା ବେଳେ ଆଉ ଗୋଟିଏ କବାଟରେ ବାଜିଥିଲା ଓ ଆଉ ଦୁଇଟି ଫାଙ୍କାରେ ଚାଲି ଯାଇଥିଲା । ଗୁଳି ଶବ୍ଦ ଶୁଣିବା ମାତ୍ରେ କୋର୍ଟରେ ଚହଳ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଥିବା ଓକିଲମାନେ ଅଭିଯୁକ୍ତକୁ କାବୁ କରି ଏକ କୋଠରୀରେ ତାଲା ପକାଇ ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ଆହତ ଆଇଆରଏସ ଅଧିକାରୀ ହରପ୍ରୀତ ସିଂଙ୍କୁ ସେକ୍ଟର ୧୬ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ମଲବିନ୍ଦର ସିଂଙ୍କୁ ପୁଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking