ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଉପରେ ଜଟିଳ ସ୍ଥିତିରେ ଥିବା ନେପାଳ ଏବେ କରୋନା ଟିକା ପାଇଁ ନେହୁରା ହେଉଛି । ନେପାଳ ରେ ଟିକାର ଅଭାବ ପୂରଣ କରିବା ପାଇଁ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଝବଲୀ ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହତି ଫୋନରେ କଥାବାର୍ତ୍ତା ହୋଇଛନ୍ତି । ଏହି କଥାବାର୍ତ୍ତା ମଧ୍ୟରେ ନେପାଳ ବୈଦେଶିକ ମନ୍ତ୍ରୀ ଭ୍ୟାକ୍ସିନ ନେଇ ଅନୁରୋଧ କରିଥିବା ଜଣାପଡିଛି ।
ନେପାଳ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଝବାଲୀ ଜୟଶଙ୍କରଙ୍କ ସହିତ ଫୋନରେ ହୋଇଥିବା କଥାବାର୍ତ୍ତା ମଧ୍ୟରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସହଯୋଗ ଉପରେ ଆଲୋଚନା କରିଥିଲେ । କୋଭିସିଲ୍ଡ ଟିକାର ୧୦ ଲକ୍ଷ ଡୋଜ୍ ଦେଇଥିବାରୁ ଭାରତ ସରକାରଙ୍କୁ ନେପାଳ ବୈଦେଶିକ ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ ଭାରତରୁ ମିଳିଥିବା ଟିକା ଉପରେ ପିଏମ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିସାରିଛନ୍ତି ।