40.1 C
Bhubaneswar
Sunday, June 16, 2024
Homeଓଡିଶାସେପ୍ଟେମ୍ବର ୧୨ରେ ନିଟ୍ (ୟୁଜି)

ସେପ୍ଟେମ୍ବର ୧୨ରେ ନିଟ୍ (ୟୁଜି)

ଭୁବନେଶ୍ୱର: ସେପ୍ଟେମ୍ବର ୧୨ ତାରିଖରେ ନିଟ୍ (ୟୁଜି) ୨୦୨୧ ଅନୁଷ୍ଠିତ ହେବ । କୋଭିଡ କଟକଣା ଭିତରେ ସାରା ଦେଶରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ କାଲି ଅପରାହ୍ନ ୫ଟାରୁ ଅନଲାଇନରେ ଆବେଦନ କରାଯିବ ।
ଏନଟିଏ ୱେବସାଇଟ୍ ଜରିଆରେ ପରୀକ୍ଷାର୍ଥୀ ଆବେଦନ କରିପାରିବେ । ଏନେଇ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବଢିଛି । ୨୦୨୦ ଠାରୁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ହୋଇଛି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରୀକ୍ଷା ମଧ୍ୟରେ ସାମାଜିକ ଦୂରତା ପାଳନ ପାଇଁ ୧୯୮ ସହରରେ ପରୀକ୍ଷା ଆୟୋଜନ କରାଯିବ । ୨୦୨୦ରେ ୧୫୫ ସହରରେ ଏହାର ଆୟୋଜନ କରାଯାଇଥିଲା । କୋଭିଡ ୧୯ ପ୍ରୋଟୋକୋଲ ପାଳନ କରିବା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ଫେସ ମାସ୍କ ଦିଆଯିବ । ତାଙ୍କର ପ୍ରବେଶ ଓ ପ୍ରସ୍ଥାନ ମଧ୍ୟରେ କଣ୍ଟାକ୍ଟଲେସ ରେଜିଷ୍ଟ୍ରେସନ, ସାନିଟାଇଜେସନ ଓ ସାମାଜିକ ଦୂରତା ଅନୁସାରେ ସିଟିଂ ପ୍ଲାନ ବନାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking