31.1 C
Bhubaneswar
Friday, September 20, 2024
Homeଖେଳବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ ସହ ପାରିସ୍ ଅଲିମ୍ପିକ ପାଇଁ କ୍ୱାଲିଫାଏ କଲେ ନୀରଜ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ ସହ ପାରିସ୍ ଅଲିମ୍ପିକ ପାଇଁ କ୍ୱାଲିଫାଏ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ : ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ର କ୍ୱାଲିଫାଇଙ୍ଗ ରାଉଣ୍ଡରେ ଶୁକ୍ରବାର ୮୮.୭୭ ମିଟର ଥ୍ରୋ କରିଛନ୍ତି । ଏଥିସହିତ ହିଁ ସେ ପ୍ୟାରିସ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଛନ୍ତି । ନୀରଜ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ନିଜ ସ୍ଥାନ ପକ୍କା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକର ଆରମ୍ଭ ୨୬ ଜୁଲାଇ ୨୦୨୪ରୁ ହେବାକୁ ଯାଉଛି । ହଙ୍ଗରୀର ବୁଡାପେଷ୍ଟରେ ଜାରି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ କ୍ୱାଲିଫାଇଙ୍ଗ ରାଉଣ୍ଡର ନିଜର ପ୍ରଥମ ପ୍ରୟାସରେ ହିଁ ୮୮.୭୭ ମିଟର ଥ୍ରୋ କରିଥିଲେ । ଯାହା କି ତାଙ୍କ ସିଜିନର ବେଷ୍ଟ ମଧ୍ୟ ଅଟେ ।  ଅଲିମ୍ପିକ, ଏସିଆନ ଗେମ୍ସ ଏବଂ କମନୱେଲ୍ଥ ଗେମ୍ସରେ ଗୋଲ୍ଡ ମେଡାଲ ଜିତିବା ବ୍ୟତୀତ ୨୫ ବର୍ଷୀୟ ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଚାମ୍ପିଅନ ମଧ୍ୟ ରହିଛନ୍ତି । ନୀରଜ ଚୋପ୍ରା ଫାଇନାଲ୍ ପାଇଁ କ୍ୱାଲିଫାଏ ହେବା ସହ ହିଁ ଭାରତକୁ ଏହି ଚାମ୍ପିଅନସିପରେ ପଦକ ଜିତିବାର ଆଶା ମଧ୍ୟ ବଢ଼ିଯାଇଛି । କାରଣ ବର୍ତ୍ତମାନ ସୁଦ୍ଧା କୌଣସି ବି ଭାରତୀୟ ଖେଳାଳି ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତିନାହାନ୍ତି । ଅବଶ୍ୟ ନୀରଜ ଚୋପ୍ରା ଗତ ବର୍ଷ ଓରେଗନରେ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ରେ ରୌପ୍ୟ ପଦକ ଜିତିଥିଲେ । ୧୯ ବର୍ଷର ଅପେକ୍ଷା ପରେ ସେ ଗତବର୍ଷ ପ୍ରଥମଥର ପାଇଁ ରୌପ୍ୟ ପଦକ ଜିତିଥିଲେ । ଆଥଲେଟିକ୍ସ ବିଶ୍ୱ ଚାମ୍ପିଅନସିପରେ ନୀରଜଙ୍କ ବ୍ୟତୀତ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ ଆଣ୍ଡରସନ ପିଟର୍ସ, ଲଣ୍ଡନ ୨୦୧୨ ଅଲିମ୍ପିକ ଚମ୍ପିଆନ ତ୍ରିନିଦାଦ ଏବଂ ଟୋବାଗୋର କେଶୋର୍ଣ୍ଣ ବାଲକାଟ, ଜର୍ମାନୀର ବିଶ୍ୱର ନମ୍ବର-୨ ଜୁଲିୟନ ୱେବର ଏବଂ ପାକିସ୍ତାନର ଅରଶଦ ନଦୀମ ସାମିଲ ଅଛନ୍ତି । ଫାଇନାଲରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking