31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗସୁଶାନ୍ତ ମାମଲାରେ ପୁଣି ଆକ୍ଟିଭ ମୋଡରେ ଏନସିବି

ସୁଶାନ୍ତ ମାମଲାରେ ପୁଣି ଆକ୍ଟିଭ ମୋଡରେ ଏନସିବି

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛି ଏନସିବି ଟିମ । ଗତକାଲି ରାତିରେ ସୁଶାନ୍ତ ସିଂଙ୍କ ବନ୍ଧୁ ତଥା ସହ ନିର୍ଦ୍ଦେଶକ ରିଷିକେଷ ପାୱାରଙ୍କୁ ଗିରଫ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ସୂଚନା ଅନୁଯାୟୀ ସୁଶାନ୍ତଙ୍କ ଘରକୁ ରିଷିକେଷ ହିଁ ଡ୍ରଗ୍ସ ପହଞ୍ଚାଉଥିଲେ । ଏହା ଛଡା ସୁଶାନ୍ତଙ୍କର ଅନ୍ୟ କୋତେକ ବନ୍ଧୁଙ୍କୁ ମଧ୍ୟ ରିଷିକେଷ ଡ୍ରଗ୍ସ ପହଞ୍ଚାଉଥିଲେ । ଗତକାଲି ମୁମ୍ବାଇ ଏନସିବି ଟିମ ରିଷିକେଷଙ୍କୁ ଲଗାତର ଭାବେ ୮ ଘଣ୍ଟା ପଚରାଉଚରା କରିବା ପରେ ଗିରଫ କରିଛି । ଏହାପରେ ରିଷିଙ୍କୁ ରିମାଣ୍ଡରେ ଆଣି ମାମଲାର ଅଧିକ ତଦନ୍ତ କରାଯିବ । 

ସୁଚନାଯୋଗ୍ୟରେ ଜୁନ ୧୪ ତାରିିଖ ଦିନ ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହ ତାଙ୍କ ବାନ୍ଦ୍ରା ସ୍ଥିତ ଘରୁ ମିଳିଥିଲା । ଏହି ମାମଲାର ଖୋଳତାଡ ପାଇଁ ପ୍ରଥମେ ମୁମ୍ବାଇ ପୋଲିସ  ପରେ ଏନିସବି ଓ ସିବିଆଇ ତଦନ୍ତ କରୁଛି । ତେବେ ଏଯାଏଁ ସୁଶାନ୍ତଙ୍କ ମୃତ୍ୟୁ କିପରି ହେଲା ସେହି ସମ୍ପର୍କରେ ପୋଲିସ କିମ୍ବା ସିବିଆଇକୁ କୌଣସି ସତ୍ୟତା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking