ନୟାଗଡ : ନୟାଗଡ ଜିଲ୍ଲାସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଂଚାୟତ ଯଦୁପୁର ଗ୍ରାମରେ ଜୁଲାଇ 14ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ପାଞ୍ଚ ବର୍ଷର ଝିଅ ଅମ୍ରିତା ସେଂହ ସାହୁ, ଡାକ ନାମ, -ପରିଙ୍କର ଅପହରଣ ଏବଂ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଓ ଏହାର ନିରପେକ୍ଷ ତଦନ୍ତ ଓ ପରିର ପରିବାରକୁ ସାମାଜିକ ସୁରକ୍ଷା ଦାବିରେ ଗତ 28:10:2020ରିଖ ଠାରୁ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ନିଜ ଜୀବନକୁ ବାଜି ଲଗେଇ ଦୁଇ ସାମାଜିକ କର୍ମୀ, ସାନ୍ତନୁ ବିଶୋଇ, ଓ ଭୁବନ ଚାନ୍ଦ ହାତୀ ଆମରଣ ଅନଶନ କରିଥିଲେ । ଅନଶନରେ ବସିବା ପରେ ପ୍ରଶାସନ ଓ ପୋଲିସ ମିଳିତରେ ଦେହ ଖରାପ ଦର୍ଶlଇ ଅନଶନ ସ୍ଥଳରୁ ଦୁଇ ସାମାଜିକ କର୍ମୀଙ୍କୁ ମେଡିକାଲ ନେଇ ଯାଇ ଥିଲେ । ସେଠାରେ ଦୁଇ ଅନଶନ କାରି ମଧ୍ୟ ଅନଶନ ଜାରୀ ରଖି ଥିଲେ । ଦୁଇ ସାମାଜିକ କର୍ମୀ ଗାନ୍ଧୀଜିଙ୍କ ନୀତି ଅନୁସରଣ କରି ପରି ପାଇଁ ଦୀପ ଟିଏ ପ୍ରଥା ପ୍ରଚଳନ କରିଥିଲେ ଏ ପ୍ରଥାକୁ ସାରା ଓଡିଶାରେ ପରିମାନଙ୍କ ପାଇଁ ଜନସାଧାରଣ ବହୁଳ ମାତ୍ରାରେ ଜନ ସମଥର୍ନ କରିଥିଲେ । ଏହାର ପ୍ରଭାବ ଦେଖି ଜିଲ୍ଲାପ୍ରଶାସନ, ଓ ପୋଲିସ ପକ୍ଷରୁ ଅନଶନର 6ଷ୍ଟତମ ଦିନ ତା 2,- 11- 2020ରିଖ ସନ୍ଧ୍ୟାରେ ଉପଜିଲାପାଳ, ଏବଂ ଉପଆରକ୍ଷୀ ଅଧିକ୍ଷକ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଦୁଇ ଅନଶନ କାରୀଙ୍କୁ ବୁଝାସୁଝା କାରି ଏ ହତ୍ୟା କାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରଶାସନ ତରଫରୁ ତଦନ୍ତ ବିଷୟରେ ଯଥା ଶୀଘ୍ର ସାମ୍ବାଦିକ ସମିଳନୀରେ ପ୍ରକାଶ କରିବେ ବୋଲି କହିଥିଲେ, ଏସବୁ ପ୍ରତିଶୃତି ପାଇବା ପରେ ଦୁଇ ଅନଶନ କାରି ଶାନ୍ତନୁ ଓ ଭୁବନ ଓ ମିଶନ ପରି ପରିବାର ଅନଶନକୁ ପ୍ରତ୍ୟାହୃତ କରିଥିଲେ, ସଫଳତା ସହ ମିଶନ ପରିର ଅନଶନ ଓଆନ୍ଦୋଳନକୁ ସଫଳତା ମିଳିଥିବା ବେଳେ ପରିପାଇଁ ଦୀପ ଟିଏ ଏ ପ୍ରଥା କୁ ଅନେକ ଦରଦୀ ନାଗରିକ ସାମିଲ ହେଲେ ବାସ୍ତବିକ ଏହା ଏକ ଅଭୁଲା ଘଟଣା, ସଫଳତl ର ଅଭିଵାଦନ ଜଣାଇ ହୋଟେଲ ତ୍ରିନାଥ ଠାରେ ମିଶନ ପରି ପରିବାର ଓ ଦୁଇ ଅନଶନ କାରୀଙ୍କ ପକ୍ଷରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇ ଥିଲା, ଦୁଇ ଅନଶନକାରୀ ମତ ରଖି ଥିଲେ ଯେ ସରକାର ନିଜର ପ୍ରତିଶୃତି ରକ୍ଷା ନକରି ଟା ଳ ଟୁଳ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ଏହାକୁ ନେଇ ରାଜ୍ୟସ୍ତରୀୟ ପ୍ରତିବାଦ ଆୟୋଜନ କରାଯିବ ।