39.1 C
Bhubaneswar
Tuesday, April 23, 2024
Homeଅପରାଧଗୁଳି ଫୁଟେଇ ପେଟ୍ରୋଲ ପମ୍ପରୁ ଲୁଟ

ଗୁଳି ଫୁଟେଇ ପେଟ୍ରୋଲ ପମ୍ପରୁ ଲୁଟ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦାନୀଗୁଡା ଗ୍ରାମରେ ଥିବା ମଲ୍ଲିକ ଫୁଏଲ ପେଟ୍ରୋଲ ପମ୍ପରୁ ଲୁଟ ହେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାଇ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକରେ ଦୁଇଜଣ ଉକ୍ତ ପେଟ୍ରୋଲ ପମ୍ପକୁ ଆସି ତେଲ ପକାଇବା ବାହାନାରେ ଯାଇ ତେଲ ଦେଉଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖେଇ ଟଙ୍କା ଥିବା ବ୍ୟାଗ କୁ ଟାଣି ଥିଲେ । କର୍ମଚାରୀ ଜଣକ ପାଟି କରିବାରୁ ଦୁର୍ବୁତ୍ତ ବନ୍ଧୁକ ରୁ ଗୁଳି ଫୁଟାଇ ଥିଲେ । ଏତିକିବେଳେ ପେଟ୍ରଲ ପମ୍ପ ମାଲିକ ଜାଣି ବହାରକୁ ଆସିବାରୁ ତାଙ୍କ ଉପରକୁ ମଧ୍ୟ ମିସଫାଇରିଙ୍ଗ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଉକ୍ତ ବ୍ୟାଗରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଥିବା ପେଟ୍ରୋଲ ପମ୍ପ ମାଲିକ ପୁଲିସ କୁ ଜଣାଇଛନ୍ତି । ଖବର ପାଇ କୋଡ଼ିଙ୍ଗା ପୁଲିସ ଘଟଣା ସ୍ଥଳକୁ ଯାଇ ବନ୍ଧୁକ ରୁ ବାହାରିଥିବା ଗୁଳିର ଖୋକା କୁ ଜବତ କରିଛି । ସେପଟେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି କରି କଡାକଡି ଯାଞ୍ଚ ଚାଲିଥିବା ସୁଚନା ମିଳିଛି । ଏହା ଏକ ନବ ନିର୍ମିତ ପେଟ୍ରୋଲ ପମ୍ପ ହୋଇଥିବାରୁ ଏଠାରେ କୌଣସି ସିସିଟିଭି ନଥିବାରୁ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking