27.1 C
Bhubaneswar
Saturday, May 24, 2025
Homeଓଡିଶାସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ନବୀନଙ୍କ ଟାର୍ଗେଟରେ ଓଡ଼ିଶାର ବିଜେପି ସାଂସଦ ଓ ମନ୍ତ୍ରୀ। ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ବିଜେଡି ସୁପ୍ରିମୋ ଗୁରୁମନ୍ତ୍ର ଦେବା ସହ ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଦିଲ୍ଲୀ ଷଡ଼୍‌ଯନ୍ତ୍ରକାରୀଙ୍କୁ ଦିଆଯିବ ଉଚିତ୍‌ ଜବାବ। ସବୁ କ୍ଷେତ୍ରରେ ଓଡ଼ିଶା ରୂପାନ୍ତରଣ ହାସଲ କରୁଥି, କିନ୍ତୁ ଓଡ଼ିଶାର ବିଜେପି ସାସଂସଦ ତଥା କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାର ବିକାଶକୁ ରୋକିବାକୁ ଦିଲ୍ଲୀରେ ଷଡ଼ଯନ୍ତ୍ର କରୁଛନ୍ତି।

ଓଡ଼ିଶାବାସୀଙ୍କୁ ସେମାନଙ୍କ ହକ୍‌ ଓ ସୁବିଧା ସୁଯୋଗରୁ ବଞ୍ଚିତ ରଖିବା ପାଇଁ ଚକ୍ରାନ୍ତ କରାଯାଉଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ବିଜେଡି ସାଂସଦମାନେ ଏହାର ଦୃଢ ଜବାବ ଦେବେ। ଆସନ୍ତାକାଲି ସଂସଦ ଅଧିବେଶନ ପୂର୍ବରୁ ନବୀନ ନିବାସ ଠାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ପ୍ରସ୍ତୁତ ହୋଇଛି ମୌସୁମୀ ରଣନୀତି। ଦଳୀୟ ସାଂସଦମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ଅଧିବେଶନ ପାଇଁ ଦେଇଛନ୍ତି ଗୁରୁମନ୍ତ୍ର। ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ସବୁ ସାଂସଦମାନେ ଦଳମତରୁ ଉର୍ଧ୍ୱକୁ ଯାଇ କେନ୍ଦ୍ରରେ ଦାବି କରିବା ପରିବର୍ତ୍ତେ ବିଜେପିର କିଛି ସାଂସଦ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଠ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ।

ପୁରୀ ଐତିହ୍ୟ ପ୍ରକଳ୍ପ ହେଉ କି ଏକାମ୍ର ବିକାଶ ଯୋଜନା, ସବୁଠି ଜାଣିଶୁଣି ପ୍ରତିବନ୍ଧକ ଲଗାଇବାକୁ ଉଦ୍ୟମ କରୁଛନ୍ତି । ସଂସଦର ଗତ ଅଧିବେଶନରେ ବିଜେଡି ସାଂସଦମାନେ ଗୃହ ବାହାରେ ଧାନ ଉଠାଣ ଠାରୁ ଆରମ୍ଭ କରି ବଳକା ଉଷୁନା ଚାଉଳ ଉଠାଣ ଦାବି, ରେଳବାଇ ସମସ୍ୟା, ଆବାସ ଯୋଜନାରେ ପୋର୍ଟାଲ ଖୋଲିବା, ଜାତୀୟ ରାଜପଥ ସମସ୍ୟା ଆଦି ପ୍ରସଙ୍ଗରେ ଗୃହ ବାହାରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହେଉଥିଲେ । କାରଣ ସଂସଦରେ ଜାତୀୟ ଦଳମାନେ ଏପରିକି ନିଜେ କେନ୍ଦ୍ରମନ୍ତ୍ରୀ ବି ଗୃହ ଚଳାଇ ଦେଉନଥିଲେ । ବିଜେଡି ସଂସଦୀୟ ଦଳ ବୈଠକରେ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ରାଜ୍ୟର ବିଭିନ୍ନ ଆବଶ୍ୟକତା ପୁରଣ ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଭିନ୍ନ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି କେନ୍ଦ୍ର ଶୁଣୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking