28.3 C
Bhubaneswar
Sunday, May 12, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ସମସ୍ତ ଜିଲ୍ଲାପାଳ, ଏସପି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ, ଏସଆରସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ ଉପସ୍ଥିତ ରହିଥିଲେ । ସଚେତନତା ଏବଂ ଗାଇଡଲାଇନ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନା କାଳରେ ଅନେକ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଆରଟିପିସିଆର ଟେଷ୍ଟ ଅଧିକ ବଢାଇବାକୁ ବିଭାଗ ପରାମର୍ଶ ଦେଇଥିବା ସୂଚନା ମିଳିଛି । ଟେଷ୍ଟ, ଟ୍ରାକ ଏବଂ ଟ୍ରିଟକୁ ଗୁରୁତ୍ୱ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଯଦି ଆବଶ୍ୟକ ପଡେ, ତେବେ ମିନି କଣ୍ଟେନମେଣ୍ଟ ଜୋନ ପାଇଁ ପ୍ରସ୍ତାବ ରହିଛି । ପୋଲିସ ଯାଂଚ ଅଧିକ କଡାକଡି କରିବାକୁ ବୈଠକରେ ପ୍ରସ୍ତାବ ରହିଛି । ସହରାଂଚଳ ସମ୍ବେଦନଶୀଳ ଅଂଚଳ ଉପରେ ତୀକ୍ଷ୍‌ମ ନଜର ପାଇଁ ବି ପ୍ରସ୍ତାବ ରହିଛି । ଆଗକୁ ହୋଲି ଥିବାରୁ ଏସଆରସିଙ୍କ ଗାଇଡଲାଇନ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଅଫିସିଆଲ ମିଟିଂ ଭର୍ଚୁଆଲ ମାଧ୍ୟମରେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking