22.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶନ୍ୟାସନାଲ ହେରାଲଡ୍ ମାମଲା; ୟଙ୍ଗ୍ ଇଣ୍ଡିଆର ୯୦ କୋଟିର ସମ୍ପତ୍ତି ଜବତ

ନ୍ୟାସନାଲ ହେରାଲଡ୍ ମାମଲା; ୟଙ୍ଗ୍ ଇଣ୍ଡିଆର ୯୦ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଗାନ୍ଧୀ-ନେହେରୁ ପରିବାର ମାଲିକାନାରେ ପରିଚାଳିତ ‘ୟଙ୍ଗ୍ ଇଣ୍ଡିଆ’ କମ୍ପାନୀର ୯୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତ କରୁଥିବା ଅବସରରେ ଇଡି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌଠାରେ ଥିବା ନ୍ୟାସନାଲ ହେରାଲ୍ଡ ବିଲ୍ଡିଂ ସାମିଲ ଥିବା ଜଣାପଡିଛି । ଏହାକୁ ମିଶାଇ ଇଡି ପକ୍ଷରୁ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୭୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଲାଣି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଦୈନିକ ସମ୍ବାଦପତ୍ର ‘ନ୍ୟାସନାଲ ହେରାଲ୍ଡ’ରେ ଘଟିଥିବା ଦୁର୍ନୀତିର ତଦନ୍ତ ଭାର ଇଡି ଉପରେ ନ୍ୟସ୍ତ କରାଯାଇଛି ।

ସୂଚନାଯୋଗ୍ୟ ଏହି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ପୂର୍ବରୁ କଂଗ୍ରେସ ନେତ୍ରୀ ସୋନିଆ ଓ ପୁତ୍ର ରାହୁଲ ଗାନ୍ଧୀଙ୍କୁ ଜେରା କରାଯାଇସାରିଛି । ସ୍ୱାଧୀନତା ଆନ୍ଦୋଳନ ଚାଲିଥିବାବେଳେ ନେହରୁ ୧୯୩୮ରେ ଏହି ସମ୍ବାଦପତ୍ର ପ୍ରତିଷ୍ଠା କରିଥିଲେ । ଏହାର ମାଲିକାନା ସ୍ୱତ୍ୱ ‘ଦି ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍‌’ ହାସଲ କରିଥିଲା । ୧୯୪୨ ଭାରତ ଛାଡ ଆନ୍ଦୋଳନ ସମୟରେ ତତ୍କାଳୀନ ବ୍ରିଟିଶ ସରକାର ଏହି ସମ୍ବାଦପତ୍ରକୁ ବ୍ୟାନ୍ କରିଥିଲେ । ୨୦୦୮ରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା । ତେବେ ୨୦୧୭ ଜୁନ୍‌ରେ ଏହି ସମ୍ବାଦପତ୍ରର ପୁନଃ ପ୍ରକାଶନ ଆରମ୍ଭ ହୋଇଥିବାବେଳେ ‘ୟଙ୍ଗ୍ ଇଣ୍ଡିଆ’ ନାମରେ ନବଗଠିତ କମ୍ପାନୀ ଏହାର ମାଲିକାନା ସ୍ୱତ୍ୱ ହାସଲ କରିଥିଲା । ସୋନିଆ ଓ ରାହୁଲଙ୍କ ପ୍ରରୋଚନାରେ ଆସୋସିଏଟେଡ୍ ଜର୍ଣ୍ଣାଲ୍‌ସର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନଭାବେ ୟଙ୍ଗ୍ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା ବୋଲି ଇଡି ପକ୍ଷରୁ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking