29.1 C
Bhubaneswar
Friday, May 9, 2025
Homeଦେଶ ବିଦେଶବିରୋଧୀ ଏକଜୁଟ ହୋଇ ରହିଲେ ଦେଶ ନିରାପଦ ରହିବ: ନୀତୀଶ କୁମାର

ବିରୋଧୀ ଏକଜୁଟ ହୋଇ ରହିଲେ ଦେଶ ନିରାପଦ ରହିବ: ନୀତୀଶ କୁମାର

ପାଟନା: ‘ବିଜେପି’ ନେତାମାନଙ୍କର ନୂତନ ପିଢ଼ିମାନେ ନିର୍ବୋଧ ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ‘ବିଜେପି’ ସଭାପତି ସମ୍ରାଟ୍‌ ଚୌଧୁରୀ ଦେଇଥିବା ‘ମିଟ୍ଟି ମେ ମିଲା ଦେଙ୍ଗେ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି।

ନୀତୀଶ କହିଛନ୍ତି, ଏଭଳି ମନ୍ତବ୍ୟ ଦେଉଥିବା ‘ବିଜେପି’ ନେତାମାନେ ନିର୍ବୋଧ ହୋଇଥିବାରୁ ସେମାନଙ୍କ ଉପରେ ଟିପ୍ପଣୀ ଦେବାକୁ ଚାହୁଁନାହିଁ। ଯଦି ସେ ସେମିତି କହୁଛନ୍ତି, କୁହନ୍ତୁ। ଏଭଳି ଭାଷା କହୁଥିବା ବ୍ୟକ୍ତିଙ୍କର ବିଚାରବୋଧ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ସେ ବିରୋଧୀମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି ଏବଂ ଏଥିପାଇଁ ତାଙ୍କର କୌଣସି ବ୍ୟକ୍ତିଗତ ଅଭିଳାଷ ନାହିଁ। କେବଳ ଦେଶର ସ୍ବାର୍ଥ ପାଇଁ କାମରେ ଲାଗିଛନ୍ତି। ବିରୋଧୀ ଏକଜୁଟ ହୋଇ ରହିଲେ ଦେଶ ନିରାପଦ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking