25.1 C
Bhubaneswar
Friday, January 17, 2025
Homeଦେଶ ବିଦେଶରାକେଶ ଶର୍ମାଙ୍କୁ ଭେଟିଲେ ନାସା ପ୍ରଶାସକ

ରାକେଶ ଶର୍ମାଙ୍କୁ ଭେଟିଲେ ନାସା ପ୍ରଶାସକ

ବେଙ୍ଗାଲୁରୁ: ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ବରିଷ୍ଠ ପ୍ରଶାସନ ବିଲ୍ ନେଲସନ୍ ଗୁରୁବାର ଇସ୍ରୋ ପରିଦର୍ଶନ କରିବା ଅବସରରେ ଭାରତର ପ୍ରଥମ ମହାକାଶଚାରୀ ସ୍କ୍ୱାଡ୍ରନ୍ ଲିଡର ରାକେଶ ଶର୍ମାଙ୍କୁ ଭେଟିଥିବା ଜଣାପଡିଛି । ଟ୍ୱିଟରରେ ଏହା ବର୍ଣ୍ଣନା କରି ନେଲସନ୍ କହିଛନ୍ତି ଯେ ଇସ୍ରୋ ପରିଦର୍ଶନ କରିବା ସମୟରେ ଭାରତର ପ୍ରଥମ ମହାକାଶଚାରୀଙ୍କୁ ଭେଟିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ।

ସୂଚନାଯୋଗ୍ୟ ରୁଷ୍‌ରେ ତାଲିମ ନେବାପରେ ରାକେଶ ଶର୍ମା ୧୯୮୪ ଏପ୍ରିଲ ୨ରେ ବୈକାନୁର କସ୍‌ମୋଡ୍ରମରୁ ସୋୟୁଜ୍ ରକେଟ୍‌ରେ ମହାକାଶକୁ ଯାତ୍ରା କରି ଇତିହାସ ସୃଷ୍ଟି କରିଥିଲେ । ରାକେଶ ମହାକାଶରେ ୭ ଦିନ ୨୧ ଘଣ୍ଟା ୪୦ ମିନିଟ ସମୟ ବିତାଇବାପରେ ପୃଥିବୀ ପୃଷ୍ଠକୁ ଫେରିଆସିଥିଲେ । ମହାକାଶ ଯାତ୍ରା ପାଇଁ ୱିଙ୍ଗ୍ କମାଣ୍ଡର ରବିଶ୍ ମାଲହୋତ୍ରାଙ୍କୁ ମଧ୍ୟ ତାଲିମ ମିଳିଥିଲେ ସୁଦ୍ଧା ରାକେଶଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking