27.1 C
Bhubaneswar
Monday, August 25, 2025
Homeଓଡିଶାନରସିଂହଙ୍କ ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ

ନରସିଂହଙ୍କ ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ

ବଲାଙ୍ଗିର: ଆଜି ଭୀମଭୋଇ ମେଡିକାଲ କଲେଜ ରେ ବିଜୁଳି, ପାଣିର ଓ ଅନ୍ୟାନ୍ୟ ଭିତ୍ତିଭୂମି ରେ ଥିବା ସମସ୍ୟା ସବୁର ସମାଧାନ କରିବା ପାଇଁ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଲେଜ ପରିସରରେ ଏକ ବୈଠକ କରିଛନ୍ତି । ମେଡିକାଲ କଲେଜରେ ଥିବା ସମସ୍ୟାକୁ ନେଇ ବିଗତ ଦିନରେ କଲେଜ ଛାତ୍ର ସଂସଦ ତରଫରୁ ବିଧାୟକଙ୍କୁ ଭେଟି ଡାକ୍ତରି ଛାତ୍ରମାନେ ଅସୁବିଧା ସମ୍ପର୍କରେ ଜଣାଇଥିଲେ । ଯାହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଆଜି ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପାର୍ବତି ମୋହନ ପରିଡା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ଏବଂ ବିଜୁଳି ବିଭାଗିୟ ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ମେଡିକାଲ କଲେଜ ଡିନ୍ ଡା. ସବିତା ମହାପାତ୍ର ଏବଂ ଭାଇସପ୍ରିନ୍ସିପାଲ ଡା. ମାନସୀ ପଣ୍ଡା କଲେଜରେ ବିଜୁଳି ଓ ପିଇବା ପାଣିକୁ ନେଇ ଥିବା ସମସ୍ୟା ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ବିଭାଗ ତରଫରୁ ଏହାର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ବୋଲି କହିଥିଲେ ।

ଏପରି କି ପାଠ ପଢୁଥିବା ଡାକ୍ତରୀ ଛାତ୍ରୀମାନେ ପର୍ଯ୍ୟାପ୍ତ ହଷ୍ଟେଲ ନ ଥିବା କୁ ନେଇ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ ବାଢିଥିଲେ । ଏ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରିବେ ବୋଲି ଛାତ୍ରୀମାନଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ ଏଠାରେ ଅନବରତ ପାଣି ଓ ବିଜୁଳି ସେବା ଯେମିତି ରହିବ ସେ ଉପରେ ସେ ନିଶ୍ଚିତ ଭାବରେ ସରକାରଙ୍କ ସହ ଆଲୋଚନା କରିବେ । ତା ସହ ବିକଳ୍ପ ବ୍ୟବସ୍ଥା ସ୍ୱରୁପ ଏଠାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ବ୍ୟବସ୍ଥା କରିବାକୁ ଉପସ୍ଥିତ ଥିବା ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ର ଯାହା କିଛି ସମସ୍ୟା ଉପୁଜୁଛି କଲେଜ କର୍ତ୍ତୃପକ୍ଷ ତୁରନ୍ତ ବିଭାଗକୁ ଜଣାନ୍ତୁ ଏବଂ ତାର ସୁଚନା ମୋ ପ୍ରତିନିଧଙ୍କୁô ପ୍ରଦାନ କଲେ ସମସ୍ୟାର ସମାଧାନ ଦିଗରେ ନିଶ୍ଚିତ ଭାବରେ ତତ୍ପରତା ଦେଖାଦେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ ।

ଆଗାମୀ ଦିନରେ ରାଜ୍ୟରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭଳି ଭୀମ ଭୋଇ ମେଡିକାଲ କଲେଜରେ ମଧ୍ୟ ପୁର୍ତ୍ତ, ବିଜୁଳି ଓ ଜନସ୍ୱାସ୍ଥ୍ୟ ବିଭାଗର ଏକ ଏକ ଶାଖା କାର୍ଯ୍ୟାଳୟ ଖୋଲିବାର ବ୍ୟବସ୍ଥା ନିଶ୍ଚିତ ଭାବରେ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । କଲେଜ ଉଦ୍‌ଘାଟନ ହେବାର ଅଳ୍ପ ବର୍ଷ ମଧ୍ୟରେ ନିମ୍ନମାନର କାମ ଯୋଗୁଁ କଲେଜ କୋଠାରେ ଫାଟ ସୃଷ୍ଟି ହେବା ସହ ଛାତମାନଙ୍କରୁ ପାଣି ଗଳୁଛି । ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପୁର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯନ୍ତ୍ରୀ ବିଜନ କୁମାର ଜେନା, ଅଜୟ ଜେନା, ବ୍ରହ୍ମେଶ୍ୱର ଦାଶ, ବିଧାୟକ ଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ମନୀଷ ମିଶ୍ର, ଜନସ୍ୱାସ୍ଥ୍ୟ ପ୍ରତିନିଧି ପବିତ୍ର ବେହେରା, ପୁର୍ତ୍ତ ପ୍ରତିନିଧି ଜୁଲୁ ପଟ୍ଟନାୟକ, ବୁଲୁ ଦାନି, ପୌର ପ୍ରତିନିଧି ଅଜୟ ବାଲି, କୁଲମଣି ସାହୁ, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking