27.1 C
Bhubaneswar
Monday, November 18, 2024
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ ଠକେଇ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ ଠକେଇ

ନର୍ଲା : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବଡ ଠକେଇ l ଘର କାମ ସରିନି ହେଲେ ବିଲ୍ କରି ଟଙ୍କା ଖାଇଗଲେ l ଅଧପନ୍ତରିଆ ଅବସ୍ଥାରେ ୨୪ ରୁ ଉର୍ଦ୍ଧ ଘର l ଉପାନ୍ତରେ ଇଲାକା ରେ ଲାଲିଛି ପି.ଇ.ଓ ଓ ଠିକାଦାର ଙ୍କ ରାଜ୍ l ଆବାସ ନାଁରେ ଆଦିବାସୀ ଙ୍କୁ ମୋହରା କରି ଲୁଟ୍ l ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଧନସୁଲି ପଞ୍ଚାୟତ ରୁ l ସଦର୍ ମହାକୁମା ଠାରୁ ୨୦ କିଲୋ ମିଟର୍ ଉପାନ୍ତ ଜଙ୍ଗଳ ଶିକର ରେ ନଲାଚୁଆଁ ଗାଁ l ଗାଁରେ ରହିଛି ଝାଟିମାଟି ୪୫ ଟି କୁଡିଆ ଘର l ଘର ଖଣ୍ଡିଏ ପାଇଁ ଅନେକ ଥର ଅଭିଯୋଗ ପରେ ଘର ମିଳିଲା ହେଲେ ନ ମିଳିଲା ଭଲିl ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ୨୪ ରୁ ଅଧିକ ଘର ନିର୍ମାଣଧିନ ଅବସ୍ଥାରେ ପଡି ରହିଛି l ୨୦୧୭-୧୮ ରୁ ସେନ୍ ସନ୍ ହୋଇଛି କିନ୍ତୁ ଆଜିଯାଏ ଗୋଟିଏ ବି ଘର ସଂପୁର୍ଣ୍ଣ ହେଲା ନାହିଁ l ମୁହଁ ନଖୋଲିବା କୁ ଆଦିବାସୀ ଙ୍କୁ ଭୟବିତ କରାଯାଉ ଥିବା ଅଭିଯୋଗ ମଧ୍ଯ ହେଉଛି l ତେବେ ଆବାସ କେଳେଙ୍କାରୀ କୁ ନେଇ ପ୍ରଶାସନିକ ସ୍ଥର ରେ ଅବହେଲା କୁ ଦାୟୀ କରିବା ସହ ଘଟଣା ର ତଦନ୍ତ କରାଯାଇ କାର୍ଯ୍ଯାନୁଷ୍ଠାନ ର ଦାବି କରିଛି ଉଭୟ ବି.ଜେ.ପି ଓ କଂଗ୍ରେସ ଟଙ୍କା ହଡପ୍ ପରେ ଧରା ଛୁଆଁ ଦେଉ ନାହାଁନ୍ତି ଠିକାଦାର୍ ଓ ପି.ଇ.ଓ l

ସେପଟେ ଏନେଇ ଧନସୁଲି ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିକ୍ରିୟା ନେବାପାଇଁ ଚାହିଁଥିଲେ ମଧ୍ଯ ସେ କ୍ଯାମେରା ସମ୍ନା ରେ ମୁହଁ ଖୋଲି ନଥିଲେ l ଅନ୍ଯପଟେ ଗାଁ ରାସ୍ତା ଖରାପ ଥିବା ରୁ ଗାଡି ଯାତାୟତ ହୋଇ ପାରୁନାହିଁ ବୋଲି କହିଛନ୍ତି ସରପଞ୍ଚ ଙ୍କ ବାପା l ଯାହା ଫଳରେ ଅଧପନ୍ତରିଆ ହୋଇ ପଡିଛି ୨୪ ରୁ ଉର୍ଦ୍ଧ ଆବାସ ଘର l ସେପଟେ ଜୟପାଟଣା ବି.ଡି.ଓ ଏବଂ ସ୍ଥାନୀୟ ପଞ୍ଚାୟତ ର ପି.ଇ.ଓ ଙ୍କ ଯୋଗାଯୋଗ କରିଥିଲେ ମଧ୍ଯ କୌଣଷି ପ୍ରତିକ୍ରିୟା ମିଳି ପାରିନାହିଁ l କେନ୍ଦ୍ର ଦେଉଛି ହେଲେ ରାଜ୍ଯ ସରକାର ସଠିକ ଭାବେ ଖର୍ଚ୍ଚ କରୁନି l ପ୍ରଶାସନିକ ସ୍ତର ରେ ଅବହେଲା ସୁବିଧା ରୁ ବଞ୍ଚିତ ହିତାଧିକାରୀ ବର୍ଷପରେ ବର୍ଷ ବିତି ଚାଲିଛି l ହେଲେ ନଳା ଚୁଆଁ ରେ ଆବାସ ଯୋଜନା କାମ ସରିଲା ନାହିଁ l ପ୍ରଶ୍ନ ଏତେ ଗୁଡାଏ ଲୋକଙ୍କ ଟଙ୍କା ଖାଇଗଲେ ତଥାପି ଚୁପ୍ ପ୍ରଶାସନ l ଦୂର୍ନିତି ରେ ସଂପୃକ୍ତ ପି.ଇ.ଓ ଏବଂ ଠିକାଦାର୍ କେବେ ହେବ କାର୍ଯ୍ଯାନୁଷ୍ଠାନ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking