23.1 C
Bhubaneswar
Thursday, December 26, 2024
Homeଖେଳଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା

ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ପଦରୁ ନରିନ୍ଦର ବାତ୍ରା ଇସ୍ତଫା ଦେଇଛନ୍ତି । ବାତ୍ରା ୨୦୧୭ରେ ଆନ୍ତର୍ଜାତୀୟ ହକି ଫେଡେରେସନ୍ ର ସଭାପତି ହୋଇଥିଲେ । ହକି ଇଣ୍ଡିଆ ପାଣ୍ଠି ସହ ଜଡିତ ୩୫ ଲକ୍ଷ ଟଙ୍କା ଅପବ୍ୟବହାର ଅଭିଯୋଗରେ ସିବିଆଇ ଗତ ମାସରେ ନରିନ୍ଦର ବତ୍ରାଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ବ୍ୟକ୍ତିଗତ ଲାଭ ପାଇଁ ବାତ୍ରା ହକି ଇଣ୍ଡିଆର ପ୍ରାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା । ଇସ୍ତଫା ଦେବା ପରେ ବାତ୍ରା କହିଛନ୍ତି ଯେ, ‘ ବର୍ତ୍ତମାନ ସମୟରେ ବିଶ୍ୱ ହକି ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ପର୍ଯ୍ୟାୟ ଦେଇ ଗତି କରୁଛି । ହକିର ପ୍ରଚାର ସହ ପାଞ୍ଚଟି ଟୁର୍ନାମେଣ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଆକର୍ଷିତ କରିବା ପାଇଁ ଅଧିକ ସମୟ ଦେବାର ଆବଶ୍ୟକତା ରହିଛି ।

ମୋତେ ଆନ୍ତର୍ଜାତୀୟ ହକି ଫେଡେରେସନ୍ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ସେଥିପାଇଁ ମୁଁ ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ଭାବରେ ମୋର କାର୍ଯ୍ୟକାଳ ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛି । ଯେଉଁମାନେ ମୋତେ ଗତ ଚାରି ବର୍ଷ ମଧ୍ୟରେ ସମର୍ଥନ କରିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । କିଛି ଦିନ ପୂର୍ବେ ବାତ୍ରାଙ୍କ ଅମଳରେ ହକି ଇଣ୍ଡିଆରେ ଲକ୍ଷ ଲକ୍ଷ ଟଙ୍କା ପାଣ୍ଠି ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା । ବାତ୍ରା ନିଜ ବ୍ୟକ୍ତିଗତ କାମ ପାଇଁ ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବିନିଯୋଗ କରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା । ଅର୍ଥ ହଡ଼ପ ସହ ବାତ୍ରାଙ୍କ ବିରୋଧରେ ହକି ଇଣ୍ଡିଆର ପରିଚାଳନାରେ ଅଯଥା ହସ୍ତକ୍ଷେପ କରୁଥିବାର ଅଭିଯୋଗ ମଧ୍ୟ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking